ପାଞ୍ଜି ଓ କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ୍ ରହିବ

0

ଓଡ଼ିଆ ନ୍ୟୁଜ୍: ୨୦୨୬-୨୭ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ସମସ୍ତ ତଥ୍ୟ ନିର୍ଭୁଲ ରହିବ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା।ଶ୍ରୀମନ୍ଦିର ଅଫିସ୍‌ରେ ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ପରେ କହିଲେ।’ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ପର୍ବପର୍ବାଣି ସଠିକ୍ ଓ ନିର୍ଭୁଲ ରହିବ’।’୫ ଜଣ ପ୍ରକାଶକ ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରକାଶନ କରିବେ’।ମହାବିଷୁବ ସଂକ୍ରାନ୍ତିଠାରୁ ୨୦୨୭ ବାଡ଼ି ନୃସିଂହ ବିଜେ ପର୍ଯ୍ୟନ୍ତ ଯାନିଯାତ୍ରା ପ୍ରସ୍ତୁତ।କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜିଏନ୍ ତ୍ରିପାଠୀକୁ ଅନୁମତି।’ଯେଉଁ ପାଞ୍ଜିରେ ପ୍ରକାଶନ ସଂସ୍ଥା ଭୁଲ୍ ଛାପିବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ’।

ପାଞ୍ଚଜଣ ପ୍ରକାଶକ ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରକାଶନ କରିବେ। ମହାବିଷୁବ ସଂକ୍ରାନ୍ତି ଠାରୁ ସମସ୍ତ ଯାନିଯାତ୍ରା ଆରମ୍ଭ ହୋଇଥାଏ। ୨୦୨୭ ମସିହା ବାଡ଼ି ନୃସିଂହ ବିଜେ ପର୍ଯ୍ୟନ୍ତ ଯାନିଯାତ୍ରା ଓ ପର୍ବପର୍ବାଣି ପ୍ରସ୍ତୁତ ହୋଇଛି। ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରଦାନ ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜିଏନ୍ ତ୍ରିପାଠୀକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି।

Leave A Reply

Your email address will not be published.