ପର୍ଶୁରାମଙ୍କ ଫଟୋ ଅପସାରଣ କରି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଘଟଣା, ୧୨ ଘଣ୍ଟିଆ ପାଟଣାଗଡ ବନ୍ଦର ଅଭୂତପୂର୍ବ ସଫଳତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ପାଟଣାଗଡବ୍ଲକଛକଠାରେ ୨୦୧୯ ମସିହାରୁ ପୂଜା ପାଇ ଆସୁଥିବା ଭଗବାନ ପର୍ଶୁରାମଙ୍କ ଫଟୋକୁ ଫିଙ୍ଗି ଦେଇ ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ସମଗ୍ର ଅ ଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ସହ ଏହାର ପ୍ରତିବାଦରେ ଉକ୍ତ ସ୍ଥାନରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆଜି ଏହାର ପ୍ରତିବାଦରେ ସମସ୍ତ ହିନ୍ଦୁ ସଂଗଠନ ପକ୍ଷରୁ ମିଳିତ ଭାବରେ ୧୨ ଘ ଆ ପାଟଣାଗଡ ବନ୍ଦ ଡାକରା ଦିଆଯାଇଥିଲା। ତେବେ ବନ୍ଦକୁ ସ୍ଥାନୀୟ ବଣିକ ସଂଘ ସଭାପତିଙ୍କ ବିରୋଧ ସେ , ଆଜି ସହର ତଥା ଏହାର ଆଖପାଖ ଅ ଳରେ ଅଦ୍ଭୁତପୂର୍ବ ବନ୍ଦ ପାଳିତ ହୋଇଥିବା ଦେଖାଯାଇଥିଲା । ସ୍ୱତଃପ୍ରବୃ ଭାବରେ ସମସ୍ତ ଦୋକାନ ବଜାର ଏବଂ ବ୍ୟବସାୟ ପ୍ରତିଷ୍ଠାନ, ସମସ୍ତ ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । କେବଳ କୋର୍ଟ କାର୍ଯ୍ୟ ଚାଲିଥିବା ଦେଖାଯାଇଥିଲା ।

ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସମ୍ପ୍ରତି ଚାଲିଥିବା ଯୁକ୍ତ ୩ ପରୀକ୍ଷାକୁ ଦୃଷ୍ଟିରେ ରଖ୍ ସହର ମଧ୍ୟରେ ବାଇକ ଚଳାଚଳକୁ ଅନ୍ଦୋଳନକାରୀମାନେ ଛାଡି ଦେଇଥିଲେ । ଉକ୍ତ ବିବାଦୀୟ ସ୍ଥାନରେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ବସି ରହିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ସକାଳୁ ପ୍ରଥମେ କଂଗ୍ରେସ ଦଳ ନେତା ଅନୀଲ କୁମାର ମେହେର, ବ୍ଲକ କଂଗ୍ରେସ ସଭାପତି ପତିତପାବନ ପ୍ରଧାନ ସଦଳବଳେ ଧାରଣାସ୍ଥଳରେ ପହ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ସମଗ୍ର ଘଟଣାକୁ ଦୃଢ ନିନ୍ଦା କରିଥିଲେ । ପରେ ପରେ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ନିଜ ସମର୍ଥକଙ୍କ ସହ ଧାରଣାସ୍ଥଳରେ ପହ ନିଜର ସମର୍ଥନ ଜଣାଇଥିଲେ ।

ଦୀର୍ଘ ଦିନରୁ ପୂଜା ପାଇ ଆସୁଥିବା ଭଗବାନ ପର୍ଶୁରାମଙ୍କ ଫଟୋ ଚିତ୍ରକୁ ଉକ୍ତ ସ୍ଥାନରୁ ହଟାଇ ଏକ ଟ୍ରାନ୍ସଫର୍ମରରେ ବାନ୍ଧି ଦେବା ସହ ଉକ୍ତ ସ୍ଥାନରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଘଟଣା କେବଳ ପାଟଣାଗଡ ନୁହେଁ ବରଂ ସାରା ଓଡିଶାର ହିନ୍ଦୁ ସମାଜ ପ୍ରତି କୁଠାରାଘାତ କରାଯାଇଥିବା ସେ କହିଥିଲେ । ଏହାବ୍ୟତୀତ ଗୁଗୁଲରେ ଖୋଜିଲେ ଉକ୍ତ ସ୍ଥାନଟି ପର୍ଶୁରାମ ଛକ ଭାବରେ ନାମିତ ହୋଇଥିବା ସେ ପ୍ରକାଶ କରିଥିଲେ । ପରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ କୋଶଳ ମୁକ୍ତିମୋର୍ଚ୍ଚାର ନେତା ସୁଶୀଳ ଗୁରୁ, ପଶ୍ଚିମ ଓଡିଶା ପ୍ରାନ୍ତୀୟ ବଜରଙ୍ଗଦଳର ସୌମ୍ୟରଂଜନ ମିଶ୍ର, ପର୍ଶୁରାମ ସେନାର ଆବାହକ ଶ୍ରୀ ଖୁଆସ ପ୍ରମୁଖ ଉଦବୋଧନ ଦେଇ ସ୍ଥାନୀୟ ବିଧାୟକ ତଥା ତାଙ୍କ ସମର୍ଥକଙ୍କ ସହ କରାଯାଇଥିବା ଏହି କାର୍ଯ୍ୟକୁ ଏକଛତ୍ରବାଦ ଶାସନର ଏକ ନଗ୍ନ ନମୁନା ବୋଲି କହିବା ସହ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବା ସହ ସମଗ୍ର ରାଜ୍ୟରେ ବ୍ୟାପିବ ବୋଲି ଚେତାବନୀ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଶ୍ବ ହିନ୍ଦୁ ପରିଷଦର ବିକ୍ରମ ଆଚାର୍ଯ୍ୟଙ୍କ ସହ ଅନ୍ୟାନ୍ୟ ସଦସ୍ୟ, ରଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଭାକର ପାତ୍ର ଏବଂ ଅନ୍ୟାନ୍ୟ ସଦସ୍ୟ, ପର୍ଶୁରାମ ସେନା, ବଜରଙ୍ଗ ଦଳ ସଭାପତି ସମରେନ୍ଦ୍ର ଦାଶ ଏବଂ ଶତାଧିକ ସଦସ୍ୟ, ବ୍ରାହ୍ମଣ ଏକତା ମ ର ସହସ୍ରାଧିକ ସଦସ୍ୟ ଆଜିର ଆନ୍ଦୋଳନରେ ସାମିଲ ଥିଲେ । ବଣିକ ସଂଘ ସଭାପତିଙ୍କ ବା କୁ ମାନିଲେ ନାହିଁ ସଦସ୍ୟ ଗତକାଲିଠାରୁ ଆନ୍ଦୋଳନକାରୀମାନେ ସ୍ଥାନୀୟ ବଣିକ ସଂଘକୁ ୧୯ ତାରିଖରେ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇବା ପାଇଁ ଅନୁରୋଧ କରିଥିଲେ । ତେବେ ତାଙ୍କଠାରୁ କୌଣସି ଉ ର ପାଇବା ପୂର୍ବରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପାଟଣାଗଡ ବନ୍ଦ ରଖିବା ପାଇଁ ନିବେଦନ କରିଥିଲେ ଆନ୍ଦୋଳନକାରୀ । ସଂଧ୍ୟାରେ ବଣିକ ସଂଘ ସଭାପତି ରାଜେଶ କୁମାର ମେହେର ନିଜ କଣ୍ଠସ୍ଵର ସମ୍ମିଳିତ ଏକ ବା ।

ମାଧ୍ୟମରେ ବନ୍ଦକୁ ସମର୍ଥନ ନ ଜଣାଇ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରଖିବାକୁ ନିବେଦନ କରିଥିଲେ । ଉକ୍ତ ବା `ଟି ସହର ମଧ୍ୟରେ ବ୍ୟାପକ ଭାବରେ ଭାଇରାଲ ହୋଇଥିଲା । କିନ୍ତୁ ଆଜି ସକାଳେ ତାଙ୍କ ବା କୁ ଅଣଦେଖା କରି ସମସ୍ତ ଦୋକାନ ବଜାର ସ୍ଵତଃ ପ୍ରବୃ ଭାବରେ ବନ୍ଦ ରହିଥିବା ଦେଖାଯାଇଥିଲା । ଏହା ଆଜି ସହର ମଧ୍ୟରେ ମୂଖ୍ୟ ଆଲୋଚ୍ୟ ବିଷୟ ହୋଇପଡିଥିଲା । ବିବାଦୀୟ ସ୍ଥାନରେ ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତିକୁ ନେଇ ଚର୍ଚ୍ଚା ବିଜୁବାବୁ ଥିଲେ ପ୍ରବାଦ ପୁରୁଷ। ତାଙ୍କର ସାହସ ଏବଂ ବୀରତ୍ବ ପାଇଁ ସେ ସର୍ବଦା ସ୍ମରଣୀୟ । ତେବେ ଏକ ବିବାଦୀୟ ସ୍ଥାନରେ ଏଭଳି ଜଣେ ବିରଳ ବ୍ୟକ୍ତିତ୍ବଙ୍କ ପ୍ରତିମୂ ସ୍ଥାପନା ଏବଂ ତାହାକୁ ନେଇ ମୁଣ୍ଡ ଟେକିଥିବା ଆନ୍ଦୋଳନ ତାଙ୍କ ପାଇଁ ଘୋର ଅସମ୍ମାନ ବୋଲି ବିଜୁପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଏହାଛଡା ମୂର ଗଠନ ଦୃଷ୍ଟିରୁ ମଧ୍ୟ କେବଳ ମୁଦ୍ରାକୁ ଛାଡିଦେଲେ ଅନ୍ୟ କିଛି ବିଜୁ ବାବୁଙ୍କ ସହ ସାମଞ୍ଜସ୍ୟ ନ ଥିବା ଆଲୋଚନା ହେବାରେ ଲାଗିଛି । ଏଭଳି ଜଣେ ବିରଳ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି କୁ ଯେଭଳି ତରବରିଆ ଭାବରେ ବିନା ପ୍ରସ୍ତୁତି ଏବଂ ସୂଚନାରେ ସ୍ଥାପନା କରଗଲା ତାହା ବିଜୁ ପ୍ରେମୀଙ୍କୁ ବ୍ୟଥ୍‌ତ କରିଛି । ଏକ ବର୍ଷାଦ୍ୟ ଉତ୍ସବର ଆୟୋଜନ କରି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲେ ତାହା ବିଜୁବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହୋଇପାରିଥାଆନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.