ଓଡ଼ିଆ ନ୍ୟୁଜ୍: ପାଠ ପଢିବା ସହ ଆଉଟ୍ ନଲେଜ୍ ଆହୋରଣ କରିବା ଦରକାର’। ଶିକ୍ଷା ଓ ସ୍କିଲ୍ କ୍ୟାରିୟର୍ରେ ଭାଈଭଉଣୀ, ଅଣଦେଖା କର ନାହିଁ’। ମନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଓ ବ୍ୟାୟାମ ଜରୁରୀ’।ନିଦ ଓ ଯୋଗ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଶିକ୍ଷାକୁ ବୋଝ ବଦଳରେ ଉପଭୋଗ କରିବା ଦରକାର: ମୋଦି। ମାର୍କ ଓ ପରୀକ୍ଷାରେ ନିଜକୁ ସୀମିତ ନ ରଖିବାକୁ ପରାମର୍ଶ। ବ୍ୟକ୍ତିଗତ ଦକ୍ଷତାକୁ ଚିହ୍ନି ପାଠ ପଢିଲେ ସଫଳତା ନିଶ୍ଚିତ ମିଳିବ’। ପ୍ରତି ପିଲାଙ୍କ ସଫଳତା ହିଁ ଅଭିଭାବକଙ୍କ ସମ୍ମାନ ହୋଇଥାଏ’। ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ।୪ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ।
ଏଥର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଅଲଗା ଅଲଗା ରାଜ୍ୟର ପିଲା । ଖାସ୍ କରି ଗୁଜରାଟ ଦେବମୋଗରା, ତାମିଲନାଡୁ ର କୋଏମ୍ୱାଟୁର୍, ଛତିଶଗଡର ରାୟପୁର, ଆସାମାର ଗୌହାଟୀର ପିଲାମାନେ ଏଥର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ହୋଇଥିଲା ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ।