ପୁଣି ବିଜେପିକୁ ମମତାଙ୍କ ଟାର୍ଗେଟ, କହିଲେ ରାମ ନବମୀ ହିଂସାକାଣ୍ଡ ପଛରେ ବିଜେପିର ହାତ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ ) : ପୁଣି ବିଜେପିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟାର୍ଗେଟ କରିଛନ୍ତି।  ରାମନବମୀ ହିଂସାକାଣ୍ଡକୁ ମମତା କହିଲେ ଏହା ପଛରେ ବିଜେପିର ହାତ ରହିଛି । ଦଙ୍ଗାକାରୀଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏଭଳି ହିଂସାକାଣ୍ଡ ଭିଆଇଥିବା ଦଙ୍ଗାକାରୀଙ୍କ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମମତା ପୂର୍ବ ମେଦିନାପୁରରେ ଏକ ଜନସଭାରେ ଯୋଗ ଦେଇ ଏହି ପ୍ରତିକ୍ରିୟା ରଖିଛନ୍ତି । ବିଜେପି ଓ କିଛି ବାମପନ୍ଥୀ ଦଳ ରାମନବମୀରେ ଏଭଳି ହିଂସାକାଣ୍ଡ ଘଟାଇ ପ୍ରଭୁ ରାମଚନ୍ଦ୍ରଙ୍କୁ ନାମକୁ ବରବାଦ କରୁଥିବା ଅଭିଯୋଗ ଆଣିଛନ୍ତି ମମତା । ମମତା ଜନସଭାରେ ଯୋଗ ଦେଇ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି, “ରାମନବମୀ ଦିନ ଶୋଭାଯାତ୍ରା ବାହାରିବା ପରେ ହୁଗୁଳି ଓ ହାୱଡା ଜିଲ୍ଲାରେ ହିଂସାକାଣ୍ଡ ଘଟିବା ନେଇ ଖବର ମିଳିଥିଲା ।

ହୁଗୁଳି ଓ ହାୱଡା ହିଂସାକାଣ୍ଡ ପଛରେ ରହିଛି ବିଜେପି । ପଶ୍ଚିମବଙ୍ଗରେ ଏଭଳି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ଲାଗି ବିଜେପି ବାହାର ରାଜ୍ୟରୁ ଟଙ୍କା ଦେଇ ଗୁଣ୍ଡାକୁ ଆଣୁଛନ୍ତି । କାରଣ ଆମ ସଂସ୍କୃତିରେ ଏଭଳି ହିଂସାକାଣ୍ଡ ନାହିଁ । ବିଜେପି ୨ ଧର୍ମାବଲମ୍ବୀଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି କରି ହିନ୍ଦୁ ଧର୍ମର ନାମକୁ ମଧ୍ୟ ବଦନାମ କରୁଛି । ମାତ୍ର ଦଙ୍ଗାର କୌଣସି ଧର୍ମ ନାହିଁ, ସେମାନେ କେବଳ ରାଜନୈତିକ ଉଦ୍ଦେଶ୍ୟରେ ହିଂସାକାଣ୍ଡ ଘଟାଇଥାନ୍ତି । ” ଏହାସହିତ ମମତା ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ଲାଗି ଅପିଲ କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ୨୦୧୪ ନିର୍ବାଚନରେ ବିଜେପି ବିହାରରେ ସରକାର ଗଢିଲେ ଦଙ୍ଗାକାରୀ ଓଲଟା ଲଟକାଇଦେବ । ଶାହଙ୍କ ଏହି ଉକ୍ତିକୁ ନେଇ ନାଁ ନନେଇ ମମତା ତାଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, “ବାମ (ବାମପନ୍ଥୀ ଦଳ) ଓ ରାମ (ବିଜେପି) ପରସ୍ପର ସହ ହାତ ମିଳାଇଛନ୍ତି । ସେଥିଲାଗି ରାଜ୍ୟରେ ଏପରି ହିଂସାକାଣ୍ଡ ଘଟୁଛି । ପ୍ରଭୁ ରାମଚନ୍ଦ୍ରକ ନାମକୁ ବଦନାମ କରାଯାଉଛି । ରାମନବମୀ ଶୋଭାଯାତ୍ରା ବେଳେ ଲୋକେ ସାଥୀରେ ବୁଲଡୋଜର, ବନ୍ଧୁକ ଓ ଟ୍ରାକ୍ଟର ନେଇଗଲେ । ଏମାନେ ଜବରଦସ୍ତି ଫଳ ଓ ପରିବା ଦୋକାନରେ ନିଆଁ ଲଗାଇଦେଲେ । ଘର ଜାଳିଦେଲେ । ଏମାନେ ଧର୍ମ ନାମରେ କେବଳ ହିଂସାକାଣ୍ଡ ଘଟାଉଛନ୍ତି । ଆଉ ଧର୍ମକୁ ବଦନାମ କରୁଛନ୍ତି ।”

ମମତା ଆହୁରି କହିଛନ୍ତି, ” ମୋତ ସର୍ବଦା ଭୟ ଲାଗିଥାଏ ଯେ ବିଜେପି କେଉଁ ସ୍ଥାନରେ କେଉଁ ସମୟରେ ଦଙ୍ଗା ଉପୁଜାଇବ । ଏମାନେ ବୁଝୁନାହାନ୍ତି ଯେ ବଙ୍ଗାଳୀମାନେ ଦଙ୍ଗାକୁ ପସନ୍ଦ କରନ୍ତି ନାହିଁ । ଦଙ୍ଗା କରିବା ବଙ୍ଗର ସଂସ୍କୃତିରେ ନାହିଁ । ” ରାମନବମୀ ଦିନ ହାୱଡାରେ ହିଂସାକାଣ୍ଡ ଘଟିଥିଲା । କିଛି ଦୁର୍ବୃତ୍ତ ପଥରମାଡ଼ କରିବା ସହ ଦୋକାନବଜାରରେ ନିଆଁ ଲଗାଇଥିଲେ । ଏଥିଲାଗି ମମତା ସିଧାସଳଖ ବିଜେପି ଓ କିଛି ବାମପନ୍ଥୀ ଦଳକୁ ଦାୟୀ କରିଥିଲେ । ଏହାପଛରେ କୌଣସି ହିନ୍ଦୁ କିମ୍ବା ମୁସଲିମ ସମ୍ପ୍ରଦାୟ ନଥିବା ସେ କହିଥିଲେ ।

Leave A Reply

Your email address will not be published.