ଓଡ଼ିଆ ନ୍ୟୁଜ୍: ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା । ବ୍ଲାକମେଲିଂ କରୁଥିବା ଯୁବକ ଗିରଫ ସୂଚନା । ଓଡ଼ିଶା ବାହାରୁ ଯୁବକଙ୍କୁ ଗିରଫ କଲା ପୋଲିସ । ଗିରଫ କଲା କେନ୍ଦ୍ରାପଡ଼ା ପୋଲିସର ଏକ ସ୍ଵତନ୍ତ୍ର ଟିମ୍ । ଯୁବକଙ୍କୁ ଧରି କେନ୍ଦ୍ରାପଡ଼ା ଫେରୁଛି ପୋଲିସ । ଏହାପରେ ଖୁବଶୀଘ୍ର ଯୁବତୀଙ୍କ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି । ଗତ ଅଗଷ୍ଟ ୬ ତାରିଖରେ ପଟ୍ଟାମୁଣ୍ଡାଇରେ ଜଣେ ଛାତ୍ରୀ ନିଜକୁ ଜାଳି ଆତ୍ମହତ୍ୟା କରିଦେଇଥିଲେ ।
ଏହା ପଛରେ କାହାର ହାତ ଅଛି, କିଏ ପ୍ରକୃତ ଦୋଷୀ ତାକୁ ଆଇନ ଧରିବ । ହେଲେ ଏବେ ମୃତ ଛାତ୍ରୀଙ୍କ ମୋବାଇଲ ପୁଲିସ ଦ୍ୱାରା ସିଜ୍ ହୋଇଥିବାରୁ ଛାତ୍ରୀ ମୃତ୍ୟୁର ରହସ୍ୟ ଖୁବଶୀଘ୍ର ଖୋଲିବ ବୋଲି ଅନୁମାନ କରାଯାଉଛି । ସେପଟେ ପୋଡ଼ିହୋଇ ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ । କହିଲେ , ହାରାସମେଣ୍ଟ୍ ହୋଇ ଝିଅ ସୁଇସାଇଡ୍ କରିଦେଲା ।