ଓଡ଼ିଆ ନ୍ୟୁଜ୍: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ। ୩ ମହଲା ଛାତରୁ ଡେଇଁ ଜୀବନ ହାରିଲେ ଯୁବକ।ମୃତକ ମାନସିକ ଅନଗ୍ରସର ସୂଚନା, ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।ଅଧଘଣ୍ଟା ଛାତରେ ଝୁଲି ରହିଲେ, ହେଲେ କେହି ଆସିଲେ ବଞ୍ଚାଇବାକୁ। ଶେଷରେ ହାତ ଖସିଗଲା ଓ ତଳେ ପଡ଼ି ପ୍ରାଣ ହରାଇଲେ ଯୁବ ରୋଗୀ। ଆଜି ସକାଳେ ଚରମ ଅବହେଳା ଓ ଅବ୍ଯବସ୍ଥାର ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ। ତୃତୀୟ ମହଲା ଛାତରୁ ଖସି ପଡ଼ି ଜଣେ ଯୁବ ରୋଗୀଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ ଅନିଲ ସୋରେଙ୍ଗ ଏବଂ ସେ ସଦର ଥାନା ଡାଏନିଡିହି ଗାଁର ବୋଲି ଜଣା ପଡ଼ିଛି।
ଗତ ରବିବାର ଅପସ୍ମାର ରୋଗରେ ପୀଡ଼ିତ ହୋଇ ଭର୍ତ୍ତି ହୋଇଥିଲେ। ଆଜି ସେ ଡାକ୍ତରଖାନାରୁ ଘରକୁ ଆସିଥାନ୍ତେ। କିନ୍ତୁ ସକାଳୁ ସେ ତା ମାଆକୁ ଘରକୁ ଯିବା ଯିବା ବୋଲି କହୁଛୁ । ଘରକୁ ନେଉନାହୁଁ କହି ଶଯ୍ଯାରୁ ଉଠି ଝରକା ଖୋଲି ଛାତକୁ ପଳେଇ ଯାଇଥିଲେ। ପଛରୁ ମା ଯାଉଥିବାବେଳ ଯୁବକ ଭାରସାମ୍ୟ ହରାଇ ଛାତରୁ ପଡ଼ିଯାଇଥିଲେ । ଭାଗ୍ୟବଶତଃ ତଳକୁ ନପଡ଼ି ଛାତରେ ଅଧ ଘଣ୍ଟା ଯାଏଁ ଲଟକି ବଞ୍ଚାଇବା ପାଇଁ ପାଟି କରିଥିଲେ। ତାଙ୍କ ମାଆ ଏକୁଟିଆ ନିରୁପାୟ ହୋଇ କଣ କରିବି କଣ ନାହିଁ ଚିନ୍ତା କରି ପାରିନଥିଲେ।