କଣ୍ଠ ଦେଇଙ୍କ ହଟିଲା ଦୁଃଖର କଳାବାଦଲ, ସାହାୟତା ପାଇଁ ଆଗେଇ ଆସିଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପାଟଣାଗଡ଼ ବ୍ଳକ ବାଲିପଟା ଗାଁର କଣ୍ଠ ଦେଇ ବିଶି ନାମକ ଜଣେ ୭୦ ବର୍ଷ ବୃଦ୍ଧା ପରିତ୍ଯକ୍ତ ଘରେ ରହୁଥିବା ଘଟଣା ଗତ ଆଠ ତାରିଖରେ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ବ୍ଳକ ପ୍ରଶାସନ ତତ୍ପରତା ପାଇବା ପରେ ଉପଜିଲ୍ଳାପାଳ ବିଜୟା ନନ୍ଦ ସେଠୀଙ୍କ ନିର୍ଦ୍ଦେଶରେ ବୃଦ୍ଧାକୁ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ପରେ ବ୍ଲକ ପ୍ରଶାସନ ପକ୍ଷରୁ ବଲାଙ୍ଗିର ଦେଓଗାଁ ସ୍ଥିତ ଜରନିବାସକୁ ସ୍ତାନାନ୍ତର କରିଥିଲେ। ତେବେ ସେଠାରେ ରହିବା ଲାଗି ସମ୍ପୂର୍ଣ୍ଣ ଅନିଚ୍ଛା ପ୍ରକାଶ କରିବା ସହ ପୁଣି ସେ ନିଜ ଝିଅ ଜୋଇଁ ରହୁଥିବା ସୋଲବନ୍ଧ ସ୍ଥିତ ଘରକୁ ଫେରି ଆସିଥିଲେ।

 

ଖବର ପାଇ ପାଟଣାଗଡ଼ ବିଧାୟକ ସରୋଜ ମେହେର ଆଜି ସୋଲବନ୍ଦ ଗାଁରେ ପହଞ୍ଚି ଥିଲେ। କଣ୍ଠ ଦେଇଙ୍କ ପାଇଁ ଏକ ରହିବା ଘର ନିର୍ମାଣ ପାଇଁ ବିଧାୟକ ତାଙ୍କ ନିଜ ଦରମାରୁ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାର ପ୍ରତିଶୁତି ଦେବା ସହ ଅଗ୍ରୀମ ୫୦ ହଜାର ଟଙ୍କା କଣ୍ଠ ଦେଇଙ୍କୁ ପ୍ରଦାନ କରିଥିଲେ। ଏହି ଟଙ୍କା ପ୍ରଦାନ ସମୟରେ ବିଧାୟକ ମେହେର କହିଲେ ଯେ ଏଭଳି ଘଟଣା ଉପରେ ମୋ ଦୃଷ୍ଟି ଆକର୍ଷଣ କଲେ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବି ବୋଲି ଉପସ୍ଥିତ ସାମ୍ବାଦିକ ମାନଙ୍କୁ ବିଧାୟକ କହିଥିଲେ।

ଏହି କାର୍ଯ୍ୟକ୍ରମୟରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ବାଗ ଉପାଧ୍ୟକ୍ଷ ଲଷ୍ମୀ ମାଝୀ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ କସ୍ତୁରୀ ସେଠ ସୋଲବନ୍ଦ ସରପଞ୍ଚ ରିତା ପାଣ୍ଡେ ବାଲିପଟା ସରପଞ୍ଚ ପ୍ରଶାନ୍ତ ପୁରୋହିତ ବାଲିପଟା ସମିତି ସଭ୍ୟ ଶଙ୍କର ବାଗ ପ୍ରଦୀପ କୁମାର ମେହେର ସମେତ ବହୁ ସଂଖ୍ୟକ ବିଜେଡି କର୍ମ୍ମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.