ଓଡ଼ିଆ ନ୍ୟୁଜ୍: ଜୁନ୍ ୧୭ରେ ସରୁଛି ଡେଡ଼ଲାଇନ ତା ପୂର୍ବରୁ ହେବ ଶୁଣାଣି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ଶଲ ବୋମା ଘଟଣାକୁ ନେଇ ଆସିଛି ଏଭଳି ଖବର । କାରଣ ସାରା ରାଜ୍ୟ ସହ ଦେଶରେ ବହୁ ଚର୍ଚ୍ଚାର ବିଷୟ ପଲଟିଥିଲା ପାଟଣାଗଡ଼ ପାର୍ସଲ ବୋମା ଘଟଣା । ତେବେ ଶନିବାର ଏହାର ଶେଷ ସାକ୍ଷ୍ୟ ଗ୍ରହଣ ହୋଇଛି । ତେବେ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଭର୍ଚୁଆଲ ମୋଡ୍ରେ କୋର୍ଟରେ ହାଜର ହୋଇଥିବା ବେଳେ ପୁଞ୍ଜିଲାଲଙ୍କ ସପକ୍ଷରେ ହେଲା ସାକ୍ଷଗ୍ରହଣ ।
ପଡୋଶୀ ଜିତେନ ପଟେଲ ଦେଲେ ସାକ୍ଷ । ଆସନ୍ତା ୫ ତାରିଖ ପ୍ରତିପକ୍ଷ ସାକ୍ଷ ନେଇ ହେବ ଶୁଣାଣି । ଆସନ୍ତା ୬ ତାରିଖରୁ ଏହି ମାମଲାର ଶୁଣାଣି ଆରମ୍ଭ ହେବ । ଏହି ମାମଲାକୁ ୩ ମାସ ଭିତରେ ସାରିବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଜୁନ୍ ୧୭କୁ ୩ ମାସ ସରିଯାଇଥିବା ବେଳେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଅନୁମାନ କରାଯାଉଛି ।