ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣା ପରେ ଓଡ଼ିଶାବାସୀଙ୍କ ମାନବିକତା ସାମ୍ନାକୁ ଆସିଥିଲା। ରକ୍ତଦାନ କରିବାକୁ ମେଡିକାଲ ସାମ୍ନାରେ ଲମ୍ବା ଧାଡ଼ି ଲଗାଇଥିଲେ ଲୋକ। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ରହିଛି। ହଜାରେ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ ବହୁ ପରିମାଣରେ ରକ୍ତର ଆବଶ୍ୟକତା ରହିଛି। ଆବଶ୍ୟକତା ପୂରଣ କରିବାକୁ ଲୋକେ ସ୍ୱେଛାକୃତ ଭାବେ ସାମ୍ନାକୁ ଆସିଥିଲେ। ଆଉ ଏତେ ଲୋକ ଆସିଥିଲେ ଯେ ହସ୍ପିଟାଲ ସାମ୍ନାରେ ଲୋକଙ୍କ ଗହଳି ହୋଇ ଯାଇଥିଲା।
ରକ୍ତ ଦେବାକୁ ଲମ୍ବା ଧାଡ଼ି ଲଗାଇଥିଲେ ଲୋକ। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ମେଡିକାଲରୁ ଆସିଛି ମାନବିକତାର ଏହି ଦୃଶ୍ୟ। କେବଳ ଏତିକି ନୁହେଁ, ଦୁର୍ଘଟଣା ସ୍ଥଳରେ ପ୍ରଥମେ ସ୍ଥାନୀୟ ଲୋକେ ହିଁ ପହଞ୍ଚିଥିଲେ। ଓଡ଼ିଶାବାସୀଙ୍କ ଏହି ମାନବିକତାକୁ ପ୍ରଧାନମନ୍ତ୍ରୀ ମୋଦି ବି ପ୍ରଶଂସା କରିଛନ୍ତି।