ପାହାଡ଼ ଉପରେ ଫସିଥିବା ୧୭ ପର୍ଯ୍ୟଟକ ଉଦ୍ଧାର

0

ଓଡ଼ିଆ ନ୍ୟୁଜ୍: ପାହାଡ଼ ଉପରେ ଫସିଥିବା ୧୭ ପର୍ଯ୍ୟଟକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ।ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସି ଯାଇଥିଲେ ୧୭ ଛତିଶଗଡ଼ି ପର୍ଯ୍ୟଟକ। ବରଗଡ଼ ଜିଲା ପାଇକମାଳ ନୃସିଂହନାଥ, ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଭୀମମଣ୍ଡୁଆ, ବାଲକୋ ଖାଦାନ ପାଖରେ ବୁଧବାର ଫସି ରହିଥିବା ୧୭ଜଣ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଉଦ୍ଧାର ଜରାଯାଇଛି। ଆଜି ସକାଳେ ଉଦ୍ଧାରକାରୀ ଦଳ ଶ୍ରଦ୍ଧାଳୁମାନଙ୍କୁ ପାଇବା ପରେ ତାଙ୍କୁ ଟିଫିନ ଓ ପାଣି ଦେଇଥିଲେ। ଏବେ ସମସ୍ତେ ନୃସିଂହନାଥ ମନ୍ଦିର ଅଭିମୁଖେ ଯାଉଛନ୍ତି।

ଗତକାଲି ଛତିଶଗଡ଼ରୁ ନୃସିଂହ ଆସିଥିବା ୧୭ ଜଣ ଶ୍ରଦ୍ଧାଳୁ ଭଗବାନ ନୃସିଂହନାଥଙ୍କୁ ଦର୍ଶନ କରି ହରିଶଙ୍କର ଯିବାପାଇଁ ଚାଲି ଚାଲି ବାହାରିଥିଲେ ଓ ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଭୀମମଣ୍ଡୁଆ ଅପରାହ୍ନ ୩ଟାରେ ପହଞ୍ଚି ଫସି ରହିଥିଲେ। ପାଇକମାଳ ପୋଲିସ, ଡିଭିଏଫ୍‌ ଟିମ୍‌, ଫାୟାର ଟିମ୍‌ ଓ ଫରେଷ୍ଟ ଟିମ୍‌ ସେମାନଙ୍କୁ ଉଦ୍ଧାର କରିଛନ୍ତି।

Leave A Reply

Your email address will not be published.