ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ। କେ. ସୂଦର୍ଶନ ଚକ୍ରବର୍ତ୍ତୀଙ୍କ ନାଁରେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। ଜିଲ୍ଲାପାଳ ମାନସିକ ନିର୍ଯାତନା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ବ୍ୟକ୍ତିଗତ ସହାୟକ। ଏନେଇ ତାଙ୍କ ପତ୍ନୀ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ ଆଣିଛନ୍ତି। ଓଡ଼ିଆ ଭାଷାକୁ ନେଇ ମଧ୍ୟ ଜିଲ୍ଲାପାଳ ଗାଳିଗୁଲଜ କରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ମିଳିବା ପରେ ଆଦର୍ଶ ଥାନାରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ଭୁବନେଶ୍ୱର ଉପଜିଲ୍ଲାପାଳ ଓ ଏସଡିପିଓ ଉପସ୍ଥିତ ଅଛନ୍ତି। ତେବେ ଏନେଇ ଜିଲ୍ଲାପାଳ କେ. ସୂଦର୍ଶନ ଚକ୍ରବର୍ତ୍ତୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।