କାଲିଠୁ ପେଟ୍ରୋଲ କ୍ରାଇସିସ୍‌!

0

ଓଡ଼ିଆ ନ୍ୟୁଜ୍: ଡ୍ରାଇଭର ଧର୍ମଘଟ ଯୋଗୁଁ କାଲିଠୁ ପେଟ୍ରୋଲ ସଂକଟ ଆଶଙ୍କା।ଏପରି ଆଶଙ୍କା କଲେ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ।କାଲି ପରି ଆଜି ତେଲ ପରିବହନ ବନ୍ଦ ରହିଲେ ସମସ୍ୟା’।କାଲି ବହୁତ ପେଟ୍ରୋଲ ପମ୍ପ୍‌ରେ ପଟ୍ରୋଲ ସରିଯିବ- ସଞ୍ଜୟ ଲାଠ।କାଲି ତେଲ କ୍ରାଇସିସ୍‌ ଦେଖିବାକୁ ମିଳିପାରେ’। ବିଭିନ୍ନ ଟ୍ରେଡ୍‌ ୟୁନିୟନ ଏବଂ ଡ୍ରାଇଭର ମହାସଂଘର ବନ୍ଦ ଡାକରା ଯୋଗୁ ତୈଳ ସେବା ପ୍ରଭାବିତ ହୋଇଛି। ଭାରତ ବନ୍ଦ ପାଇଁ ପେଟ୍ରୋଲ ପମ୍ପ ବନ୍ଦ ରହିବା ନେଇ କୌଣସି ଘୋଷଣା ହୋଇ ନ ଥିଲା। ମାତ୍ର ଓଡ଼ିଶାରେ ଡ୍ରାଇଭର ମହାସଂଘ ଓ ବିଭିନ୍ନ ଟ୍ରେଡ ସଂଗଠନର ଆନ୍ଦୋଳନ ଯୋଗୁ ପେଟ୍ରୋଲ ପମ୍ପଗୁଡ଼ିକ ବନ୍ଦ ରହିଛି।

ବାଲେଶ୍ୱର, ଖୋର୍ଦ୍ଧାର ଜଟଣୀ, ପାରାଦୀପରେ କମ୍ୟୁନିଷ୍ଟ ପାର୍ଟିର କର୍ମୀମାନେ ପିକେଟିଂ କରି ଗାଡ଼ି ଅଟକାଇବା ଦ୍ୱାରା ତୈଳ ପରିବହନ ବାଧାପ୍ରାପ୍ତ ହୋଇଛି। ଫଳରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ‘ଆମ ପାଖରେ ଯେତିକି ତେଲ ମହଜୁଦ ଥିଲା, ତାହା ଗୁରୁବାର ପର୍ଯ୍ୟନ୍ତ ଯିବ’ ବୋଲି ଉତ୍କଳ ପେଟ୍ରୋଲିୟମ୍‌ ଡିଲର୍ସ ଆସୋସିଏଶନର ସଭାପତି ସଞ୍ଜୟ ଲାଠ କହିଛନ୍ତି। ଯଦି ଡ୍ରାଇଭର ସଂଘର ଆନ୍ଦୋଳନ ଜାରି ରହେ, ତେବେ ତୈଳ ସଙ୍କଟ ଦେଖାଦେବ ବୋଲି ସଞ୍ଜୟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.