ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସମ୍ପତି ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦିଆଯାଉ: ହାଇକୋର୍ଟରେ ରୁଜ୍ଜୁ ହେଲା ଜନସ୍ବାର୍ଥ ମାମଲା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ବେଆଇନ ସମ୍ପତି ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ରୁଜ୍ଜୁ ହେଲା ଜନସ୍ବାର୍ଥ ମାମଲା। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ କେନ୍ଦ୍ର ରାଜସ୍ବ ଅର୍ଥ ମନ୍ତ୍ରାଳୟ, ଭୁବନେଶ୍ବର ଇଡି ଯୁଗ୍ମ ନିର୍ଦ୍ଦେଶକ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡିଜି, ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ଆଇଆଇସିକୁ ପକ୍ଷଭୁକ୍ତ କରାଯାଇଛି। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପାଲରେ ବହୁ ରାଜନୈତିକ ନେତା ପଡିଥିବା ବେଳେ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖି ଦୁର୍ବଳ ମୁହୂର୍ତ୍ତର ଭିଡିଓକୁ ଉତ୍ତୋଳନ କରୁଥିଲା ଅର୍ଚ୍ଚନା।

ସେହି ଭିଡିଓକୁ ଦେଖାଇ ରାଜନୈତିକ ନେତା ଓ ପ୍ରତିପତ୍ତିଙ୍କୁ ସେ ବ୍ଲାକ ମେଲ କରୁଥିଲା। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଣି ଆଲିସାନ ବଙ୍ଗଳାରେ ରହିବା ସହ ବିଳାସ ବ୍ୟସନରେ କାଳ କାଟୁଥିଲା। ଅର୍ଚ୍ଚନାଙ୍କ ବେଆଇନ ଅର୍ଥ ରୋଜଗାରର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଇ ବେଆଇନ ସମ୍ପତ୍ତିକୁ ସରକାରୀ ତହବିଲ କୁ ନେବା ପାଇଁ ଏହି ଜନସ୍ୱାର୍ଥ ମାମଲାରେ ପ୍ରାର୍ଥନା କରାଯାଇଛି।

Leave A Reply

Your email address will not be published.