ଦୁଷ୍କର୍ମ ମାମଲା ଥିଲା: ପିପିଲି ପୋଲିସ

0

ଓଡ଼ିଆ ନ୍ୟୁଜ୍: ପିପିଲି: କବାଟ ଭାଙ୍ଗି ମୃତଦେହ ଉଦ୍ଧାର ଘଟଣାରେ ପୋଲିସର ସୂଚନା। ଗୁଡ଼ିଆପୋଖରୀ ସ୍ଥିତ ଆପାର୍ଟମେଣ୍ଟ ଭିତରୁ ମିଳିବା ପରେ IICଙ୍କ ସୂଚନା।ଭୁବନେଶ୍ବର ମହିଳା ଥାନା ପୋଲିସ ଦୁଷ୍କର୍ମ ମାମଲାରେ ଖୋଜିବାକୁ ଆସିଥିଲା। ପିପିଲିର ଜଣେ ଯୁବତୀ ସମ୍ପୃକ୍ତ ଯୁବକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଥିଲେ।ସମ୍ପୃକ୍ତ ଯୁବତୀଙ୍କ ସହ ଯୁବକ ଜଣଙ୍କ ପୂର୍ବରୁ ଲିଭ୍‌ ଇନ୍‌ରେ ରହୁଥିଲେ। ତେଣୁ ଭୁବନେଶ୍ବର ମହିଳା ଥାନା ପୋଲିସ ଆସିଥିଲା, ଆମକୁ ଜଣାଇଥିଲା।

ପ୍ରଥମେ ପୋଲିସ ପାଇ ନ ଥିଲା, କିଛି ସମୟରେ ଯୁବକ ଆସିବା ପରେ ଆସିଲା। ଦୁଷ୍କର୍ମ ମାମଲା ଥିବାରୁ ପୋଲିସ କବାଟ ଭାଙ୍ଗି ଭିତରେ ପଶିଥିଲା। ଭିତରେ ଯୁବକ ଜଣଙ୍କୁ ଝୁଲନ୍ତା ଅବସ୍ଥାରେ ପାଇ ମେଡିକାଲ ଆଣିଥିଲା। ଏହାପରେ ଡାକ୍ତର ସମ୍ପୃକ୍ତ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଡରରେ ଜୀବନ ହାରିବା ନେଇ ଆମ ପାଖକୁ ଅଭିଯୋଗ ଆସିନି।ମୃତ ଯୁବକ ଜଣଙ୍କ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳର।

Leave A Reply

Your email address will not be published.