ବିମାନ ଦୁର୍ଘଟଣା: ୧୫ ମୃତ, ୩୦ ଆହତ

0

ଓଡ଼ିଆ ନ୍ୟୁଜ୍: ବଲିଭିଆରେ କ୍ରାସ ହେଲା ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ; ୧୫ ମୃତ। ଖରାପ ପାଗ କାରଣରୁ ଏଲ ଅଲଟୋ ସହରରେ ବିମାନ ଦୁର୍ଘଟଣାଗ୍ରସ୍ତ। ଜନଗହଳିପୂର୍ଣ୍ଣ ସ୍ଥାନରେ ଖସିପଡ଼ିଲା ହରକ୍ୟୁଲେସ ବିମାନ।

ସାମରିକ ବିମାନଟି ସାନ୍ତା କ୍ରୁଜରୁ ଉଡ଼ାଣ ଭରିଥିଲା । ଲ୍ୟାଣ୍ଡିଂ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ରନୱେରୁ ବାହାରି ଆଭେନ୍ୟୁକୁ ଖସି ଯାଇଥିଲା ବୋଲି ଜଣାଯାଇଛି । ଏଥିଯୋଗୁ ଆଭେନ୍ୟୁରେ ଥିବା ବହୁ ଗାଡ଼ି ନଷ୍ଟ ହୋଇଛି । ଦୁର୍ଘଟଣା ପରେ ଏଲ ଅଲଟୋ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଛି । ବିମାନରେ ବଲିଭିଆ ସେଣ୍ଟ୍ରାଲ ବ୍ୟାଙ୍କରୁ ନୂଆ ନୋଟ ନିଆଯାଉଥିଲା ।ଖରାପ ପାଗ ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.