କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ବିମାନ ଦୁର୍ଘଟଣା

ଦୁଇଜଣ ଭାରତୀୟ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,କାନାଡା: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ଘଟିଛି ଅଘଟଣ ।  ବିମାନ ଦୁର୍ଘଟଣା  ଦୁଇଜଣ ଭାରତୀୟ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତ ଟ୍ରେନି ପାଇଲଟ୍ ହେଲେ ଅକ୍ଷୟ ଗଡ୍ରୁ ଏବଂ ଯଶ ବିଜୟ ରାମୁଗଡେ । ଦୁହେଁ ମୁମ୍ବାଇର ବାସିନ୍ଦା ଥିଲେ । ଦୁଇ ଇଞ୍ଜିନ୍‌ ବିଶିଷ୍ଟ ହାଲୁକା ବିମାନ ‘ପାଇପର୍‌ ପିଏ-34 ସନିକା’ ହଠାତ ଗଛରେ ପିଟି ହୋଇଥିଲ । ପିଟିହେବା ପରେ ବିମାନଟି ଚିଲିୱାକ ସହରର ଏକ ଭୋଜନାଳୟ ପଛପଟ ଜଙ୍ଗଲିଆ ଇଲାକାରେ ବୁଦା ପଛପଟେ ପଡିଥିଲା ବୋଲି କାନାଡା ପୋଲିସ ସୂଚନା ଦେଇଛି ।
ଦୁଇ ଭାରତୀୟ ଟ୍ରନି ପାଇଲଟଙ୍କ ବ୍ୟତୀତ ଅନ୍ୟଜଣେ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତେବ ଏକ ଜନଗହଳିପୂର୍ଣ୍ଣ ଇଲାକାରେ ଦୁର୍ଘଟଣାଗ୍ରସ୍ତ ବିମାନଟି ପଡିଥିଲେ ହେଁ ଆଉ କାହାର କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ମଧ୍ୟ ସ୍ଥାନୀୟ ପୋଲିସ କହିଛି ।

ମୃତକଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ହେଉଛନ୍ତି ସାର୍ଜଟ୍ । ଏଥିସହିତ ମୃତକଙ୍କ ପରିବାରକୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ।

ଯୁଗ୍ମ ଇଞ୍ଜିନ୍ ହାଲୁକା ବିମାନ ପାଇପର୍ PA-34 ସେନେକା କାହିଁକି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । କାନାଡାର ପରିବହନ ସୁରକ୍ଷା ବୋର୍ଡ ଏହା ଅନୁସନ୍ଧାନକାରୀଙ୍କୁ ପଠାଉଛି ବୋଲି କହିଛି । ପୋଲିସ ପକ୍ଷରୁ ଆହୁରି କୁହାଯାଇଛି, ‘ଦୁର୍ଘଟଣାସ୍ଥଳକୁ ଅବରୋଧ କରାଯାଇଛି । ଦୁର୍ଘଟଣାସ୍ଥଳକୁ ଆଞ୍ଚଳିକ ସ୍ବାସ୍ଥ୍ୟ ସେବା ଅନ୍ୟୂନ 5 ଟି ଆମ୍ବୁଲାନ୍ସ୍‌ ଓ ଜଣେ ‘ପାରାମେଡିକ୍‌ ସୁପର୍‌ଭାଇଜର୍‌’ଙ୍କୁ ପଠାଇଛି ।’

Leave A Reply

Your email address will not be published.