ମୃତ୍ୟୁପରେ ଶରୀର ଦାନ କରିବାକୁ ଶତାଧିକ ବ୍ୟକ୍ତି ଇଚ୍ଛୁକ, ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲକୁ ଘୋଷଣା ପତ୍ର କରାଗଲା ପ୍ରଦାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଅକ୍ଟୋବର ୧୪ତାରିଖକୁ ୧୮ତମ ବିଶ୍ୱ ଅଙ୍ଗଦାନ ଦିବସ ଭାବେ ବିଶ୍ୱବ୍ୟାପୀ ପାଳନ କରାଯାଉଛି । ଏହି ଉପଲକ୍ଷେ ଜୀବନଦାନ ଅଭିଯାନ ଏବଂ ଓଡିଶା ହେତୁବାଦୀ ସମାଜ ପକ୍ଷରୁ ମୃତ୍ୟୁପରେ ଶରୀରଦାନ କରିବାକୁ ଇଛା ପ୍ରକାଶ କରିଥିବା ଶତାଧିକ ଘୋଷଣା ପତ୍ର ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜରଅନାଟୋମି ବିଭାଗକୁ ପ୍ରଦାନ କରାଯାଇଛି। ଆନାଟୋମୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସତ୍ୟଶ୍ରୀ ରାୟ ଘୋଷଣାପତ୍ର ଗୁଡିକୁ ଗ୍ରହଣ କରିବାବେଳେ ଘୋଷଣାପତ୍ର ପ୍ରଦାନ କରିଥିବା ବ୍ୟକ୍ତି ବିଶେଷଙ୍କର ଉଚ୍ଚ ପ୍ରଶଂସା କରିବା ସହ ଭାରତବର୍ଷରେ ପ୍ରତିବର୍ଷ ପ୍ରାୟ ପାଂଚଲକ୍ଷ ଲୋକ ଅଙ୍ଗପ୍ରତ୍ୟେଙ୍ଗ ଅପେକ୍ଷାରେ ମୃତ୍ୟୁବରଣ କରୁଥିବା ସୂଚନା ଦେଇଥିଲେ ।

ଜନସାଧାରଣ ମୃତ୍ୟୁପରେ ଶରୀର ଦାନ କରିବାକୁ ଆଗେଇ ଆସିଲେ ଏ ସମସ୍ୟାର ସମାଧାନ ହେବା ସହ ଡାକ୍ତରୀ ପଢୁଥିବା ଛାତ୍ରଛାତ୍ରୀମାନେ ପାଥୋଲୋଜିକାଲ ପୋଷ୍ଟମର୍ଟମ କରିବାକୁ ସୁଯୋଗ ପାଇବେ, ଯାହା ଆଜିର ଦିନରେ କେବଳ ଥିଓରୀ ପଢି କାମ ଚଳେଇ ନେବାକୁ ପଡୁଛି । ଏହି ଘୋଷଣାପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଜୀବନଦାନ ଅଭିଯାନର ସଂପାଦକ ଦେବେନ୍ଦ୍ର ସୁତାରଙ୍କ ନେତୃତ୍ୱରେ ସନ୍ତୋଷ କୁମାର ତ୍ରୀପାଠୀ, ଅଶୋକ କୁମାର ତା, ଦୁର୍ଗା ପ୍ରସାଦ ମିଶ୍ର, କୁଞ୍ଜ ବିହାରୀ ପଣ୍ଡା, ରମେଶ ଚନ୍ଦ୍ର ସାହୁ, ଦେବାନନ୍ଦ ଦଳବେହେରା, ନରେନ୍ଦ୍ର କୁମାର ଦାସ ଏକ ପ୍ରତିନିଧି ମଣ୍ଡଳୀ ଦ୍ୱାରା ଘୋଷଣାପତ୍ର ପ୍ରଦାନ କରାଯାଇଥିଲା ।

ମେଡିକାଲ ଗେଟ ସମ୍ମୁଖରେ ସଂଗଠନର ସଭ୍ୟମାନେ ଏ ସଂପର୍କିତ ପ୍ରଚାରପତ୍ର ବାଣ୍ଟି ଜନସାଧାରଣଙ୍କୁ ସଚେତନ କରିଥିଲେ । ଆଜିର ଘୋଷଣାପତ୍ର ପ୍ରଦାନ କରିଥିବା ବ୍ୟକ୍ତିମାନଙ୍କ ଭିତରେ ବିଶିଷ୍ଟ ନାରୀନେତ୍ରୀ ତାପସୀ ପ୍ରହରାଜ, ନୟାଗଡର ବିଶିଷ୍ଟ ସାମ୍ୟବାଦୀ ନେତା ବିଶ୍ୱନାଥ ମହାପାତ୍ର, ସମାଜସେବୀ ରାମଚନ୍ଦ୍ର ତ୍ରୀପାଠୀ, ସୁମିତ୍ରା ବାରିକ, ମୋନିକା ପାଲିତ, ହରିଶଂକର ପାଣୀଗ୍ରାହି, ଦୁର୍ଗପ୍ରସାଦ ମିଶ୍ର, ସାବିତ୍ରୀ ମିଶ୍ର, ଆର ଶ୍ରୀନିବାସ ରାଓ, ପବିତ୍ର କୁମାର ଇନ୍ଦ୍ରଜିତ ,ଛାତ୍ର ନେତା ସୁଦାମ ଚରଣ ଦାସ, ସସ୍ମିତା ଦାସ ପ୍ରମୁଖ ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.