ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଓ ହଲ୍ ର କରାଯିବ ଲାଇଭ୍ ଷ୍ଟ୍ରିମିଂ। ପରୀକ୍ଷା ଆରମ୍ଭର ୩୦ ମିନିଟ ପୂର୍ବରୁ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ CHSE ପକ୍ଷରୁ ପରାମର୍ଶ ଦିଆଯାଇଛି । ଆସନ୍ତା ୧୨ ଯାଏ ଚାଲିବ ଏହି ପ୍ରାକ୍ଟିକାଲ ପରୀକ୍ଷା । ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଜାରି ରହିଛି । ସ୍ବଚ୍ଛ ଭାବେ ପରୀକ୍ଷା ପରିଚାଳନା କରିବା ପାଇଁ ଚଳିତ ବର୍ଷ ସମସ୍ତ ପରୀକ୍ଷାର ଲାଇଭ ଷ୍ଟ୍ରିମିଂ କରାଯିବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା । ୬୦, ୩୦ ଏବଂ ୨୦ ମାର୍କର ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ୩ ଘଣ୍ଟାର ସମୟ ଦିଆଯାଉଛି । ୧୫ ମିନିଟ୍‌ର ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ଦିଆଯାଇଛି ।

ଅନ୍ୟପଟେ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପହଞ୍ଚିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ଆଡମିଟ୍‌ କାର୍ଡ ଯାଞ୍ଚ କରାଯାଇ ହଲ୍‌ ମଧ୍ୟକୁ ପ୍ରବେଶ କରାଯିବ । ତେବେ ପରୀକ୍ଷା କେନ୍ଦ୍ର ପୁରା ସିସିଟିଭି ଅଧୀନରେ ରହିବ । ପରୀକ୍ଷାରେ ଅଧୀକ୍ଷକ ଭାବେ ଉକ୍ତ କଲେଜର ଅଧ୍ୟକ୍ଷମାନେ ଦାୟିତ୍ୱରେ ରହିଛନ୍ତି । ଏହା ଫେବୃୟାରୀ ୧୦ ତାରିଖରେ ସମାପ୍ତ ହେବ । ଏହି ପରୀକ୍ଷାର ପ୍ରଥମ ସିଟିଂ ୧୦ଟାରୁ ଆରମ୍ଭହୋଇ ଦିନ ଗୋଟାଏ ଯାଏଁ ହେବାକୁ ଥିବା ବେଳେ ଦ୍ୱିତୀୟ ସିଟିଂ ଅପରାହ୍ନ୨ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ । ବିଜ୍ଞାନ ଷ୍ଟ୍ରିମ୍‌ରେ ପଦାର୍ଥବିଜ୍ଞାନ, ଉଭିଦ ବିଜ୍ଞାନ, ଜୀବ ବିଜ୍ଞାନ, ବିଜ୍ଞାନ, ରସାୟନ ଇନଫରମେସନ୍ ଟେକ୍‌ନୋଲୋଜି, ଟୁରିଜିମ୍ ହସ୍ପିଟାଲିଟି ଏବଂ ରିଟେଲ ପରୀକ୍ଷା ହେବ। ସେହିପରି ବାଣିଜ୍ୟ ଷ୍ଟ୍ରିମ୍‌ରେ ଆକାଉଣ୍ଟାସି, ବିଏମ୍ସ୍, କଷ୍ଟ ଆକାଉଣ୍ଟିଂରେ ପରୀକ୍ଷା ହେବ ।

କଳାରେ ନୃତତ୍ୱ, ମନସ୍ତତ୍ଵ, ଓ ଗ୍ରାଫି, ଇଣ୍ଡିଆନ୍ ମ୍ୟୁଜିକ୍, ଏଜୁକେସନ ଭଳି ବିଷୟର ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ସୂଚନାମୁତାବକ ଚଳିତବର୍ଷ ୩,୩୮,୭୪୭ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେଥିରୁ କଳାରେ ୨,୧୯,୧୧୦ ଥିବା ବେଳେ ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫,୧୧୦ ଜଣ ରହିଛନ୍ତି । ସବୁ ପ୍ରାକ୍ଟିକାଲ ରୁମରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ପ୍ରାକ୍ଟିକାଲ ପରୀକ୍ଷା ଶେଷ ହେବା ପରେ ଫେବୃଆରୀ ୧୭ତାରିଖ ସୁଦ୍ଧା ପ୍ରାକ୍ଟିକାଲ ଉତ୍ତରଖାତା ଏବଂ ମାର୍କ ସିଏଚ୍‌ଏସ୍‌ରେ ଦାଖଲ ହେବ। ସୂଚନାମୁତାବକ ଆସନ୍ତା ମାର୍ଚ୍ଚ ମାସ ପହିଲାରୁ ରାଜ୍ୟରେ ଯୁକ୍ତଦୁଇ ଥିଓରି ପରୀକ୍ଷା ଆରମ୍ଭ ହେବ ।

Leave A Reply

Your email address will not be published.