ୟୁକ୍ରେନ ୠଷ ଯୁଦ୍ଧକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ବିଶ୍ୱସ୍ତରୀୟ ପରିସ୍ଥିତିର କଲେ ସମୀକ୍ଷା

0

ଓଡ଼ିଆ ନ୍ୟୁଜ୍ଵ(ବ୍ୟୁରୋ): ୟୁକ୍ରେନ ଉପରେ ଋଷର ଆକ୍ରମଣର ଗତକାଲି ହେଉଛି ୧୮ ତମ ଦିନ। ବିନାଶ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଋଷର ସେନା ୟୁକ୍ରେନର ରାଜଧାନୀ କିବ୍ ଉପରେ ଆକ୍ରମଣ ଜାରି ରଖିଛି। ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକ କରି ଭାରତର ସୁରକ୍ଷା ପ୍ରସ୍ତୁତି ଏବଂ ବର୍ତ୍ତମାନର ବିଶ୍ଵସ୍ତରୀୟ ପରିସ୍ଥିତିକୁ ସମୀକ୍ଷା କରିଛନ୍ତି। ଏହି ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଯୋଗ ଦେଇଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ସଭାରେ ଭାଗ ନେଇଛନ୍ତି।

ଏହାପୂର୍ବରୁ ଫେବୃଆରୀ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଯୁଦ୍ଧରେ ଫସି ରହିଥିବା ପଡ଼ୋଶୀ ତଥା ବିକାଶଶୀଳ ଦେଶବାସୀଙ୍କୁ ଭାରତ ସାହାଯ୍ୟ କରିବ।

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତ ପ୍ରୟାସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ବୈଠକରେ ସୀମାନ୍ତ ଅଞ୍ଚଳରେ ତଥା ସାମୁଦ୍ରିକ ତଥା ଆକାଶ ମାର୍ଗରେ ଭାରତର ସୁରକ୍ଷା ପ୍ରସ୍ତୁତିର ଅତ୍ୟାଧୁନିକ ବିକାଶ ଏବଂ ବିଭିନ୍ନ ଦିଗ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରାଯାଇଥିଲା। ରୁଷ୍‌-ୟୁକ୍ରେନ ଯୁଦ୍ଧ ଦ୍ବାରା ପଡ଼ୋଶୀ ଦେଶର କିଛି ନାଗରିକଙ୍କ ସହ ଭାରତୀୟ ନାଗରିକଙ୍କୁ ଥଇଥାନ କରିବା ପାଇଁ ଅପରେସନ୍ ଗଙ୍ଗାର ସବିଶେଷ ତଥ୍ୟ ସହ ୟୁକ୍ରେନର ଅତ୍ୟାଧୁନିକ ବିକାଶ ସମ୍ପର୍କରେ ମୋଦୀଙ୍କୁ ସୂଚନା ଦିଆଯାଇଥିଲା। ସୂଚନାଯୋଗ୍ୟ, ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଫେବ୍ରୁଆରି ଶେଷ ସପ୍ତାହରୁ ପ୍ରଧାନମନ୍ତ୍ରୀ ଲଗାତାର ବୈଠକ କରି ଆସୁଛନ୍ତି।

 

Leave A Reply

Your email address will not be published.