ମନ କି ବାତ କାର୍ଯ୍ୟକ୍ରମରେ ସହିଦ ଭଗତ ସିଂ ଓ ଲତା ମଙ୍ଗେସକରଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨୬ତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ। ସହିଦ ଭଗତ ସିଂ ଓ ଲତା ମଙ୍ଗେସକରଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ। ସବୁ ରାକ୍ଷୀ ପୂର୍ଣ୍ଣିମାରେ ମୋ ପାଇଁ ଲତା ଦିଦି ରାକ୍ଷୀ ପଠାଉଥିଲେ।ସବୁ କ୍ଷେତ୍ରରେ ନାରୀଶକ୍ତି ଦେଶ ପାଇଁ ଗୌରବ ଆଣିପାରିଛନ୍ତି।ନ୍ୟାଭିର ୨ ମହିଳା କମାଣ୍ଡରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ।ଝଡ଼ ତୋଫାନ ଭିତରେ କିପରି କାର୍ଯ୍ୟ ହୁଏ ପଚାରି ବୁଝିଲେ।ଧୈର୍ଯ୍ୟର ସହ କାମ କଲେ ମହିଳାଙ୍କ ପାଇଁ କିଛି ଅସାଧ୍ୟ ନୁହେଁ କହିଲେ।

ଦୀଲ୍‌ନା ଓ ରୁପାଙ୍କୁ ସାହସିକତା ପାଇଁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ।କୋଲକାତାର ଦୁର୍ଗା ପୂଜା ୟୁନ୍‌ସ୍କୋର ତାଲିକାରେ ସାମିଲ ହୋଇଛି।ଛାଟ୍‌ ମହାପର୍ବକୁ ୟୁନ୍‌ସ୍କୋ ତାଲିକାରେ ସାମିଲ ପାଇଁ ଉଦ୍ୟମ ଚାଲିଛି।ପାଖେଇ ଆସୁଛି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ, ସମସ୍ତେ ସ୍ବଦେଶୀ ଆପଣାନ୍ତୁ।ଅତିକମ୍‌ରେ ଖଣ୍ଡେ ଖଦି ସାମଗ୍ରୀ କିଣି ସ୍ବଦେଶୀ ଯାତ୍ରାରେ ସାମିଲ ହୁଅନ୍ତୁ।ବିଜୟା ଦଶମୀର ଗୁରୁତ୍ବ ନେଇ ମଧ୍ୟ ବାର୍ତ୍ତା ଓ ପ୍ରେରଣା ଦେଲେ।

୧୯୨୫ରେ ଆଜିକୁ ଶହେ ବର୍ଷ ତଳେ ବିଜୟାଦଶମୀରେ RSSର ଜନ୍ମ। ସେବା ଓ ତ୍ୟାଗର ଭାବନା ନେଇ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପ୍ରଣାମ। ଭୂପେନ ହଜାରିକାଙ୍କ ସଙ୍ଗୀତର ଅଡିଓ ଶୁଣାଇବା ସହ ଭୂରି ଭୂରି ପ୍ରଶଂସା କଲେ।GST ସଞ୍ଚୟ ଉତ୍ସବରେ ଭୋକାଲ ଫର୍‌ ଲୋକାଲ୍‌ ହେବାକୁ ଆହ୍ବାନ। ପାର୍ବଣରେ ଯାହା ସ୍ବଦେଶରେ ତିଆରି ହୋଇଛି ତାହା କିଣାକିଣି କରନ୍ତୁ। ଦୀପାବଳି ପାଇଁ ଶୁଭକାମନା ସହ ଆତ୍ମନିର୍ଭର ହେବାକୁ ଆହ୍ବାନ ଦେଲେ।

Leave A Reply

Your email address will not be published.