ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

0

ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରସାୟନ, ସାର ଓ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଶ୍ରମ ଏବଂ ରୋଜଗାରମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ସମେତ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ ଭାଗ ନେଇଛନ୍ତି। ମଧ୍ୟପ୍ରାଚ୍ୟ ସଂକଟ ମଧ୍ୟରେ ସରକାର ତୈଳ, ଗ୍ୟାସ୍ ଓ ସାର ର ଯୋଗାଣ ନିର୍ବାଧ ରଖିବା ପାଇଁ ସରକାର ପ୍ରଥମରୁ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି।

ମାର୍ଚ୍ଚ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ମଧ୍ୟପ୍ରାଚ୍ୟ ଯୁଦ୍ଧ ବିଶ୍ୱରେ ଶକ୍ତି ସଂକଟକୁ ଜନ୍ମ ଦେଇଛି। ସେ କହିଥିଲେ ଯେ ଏହା ଦେଶରେ ଲୋକଙ୍କ ଧୈର୍ଯ୍ୟର ଏକ ପରୀକ୍ଷା। ଏଣୁ ଏହି ଆହ୍ୱାନକୁ ଶାନ୍ତି, ଧୈର୍ଯ୍ୟ ଓ ଜନସଚେତନତା ଦ୍ୱାରା ମୁକାବିଲା କରାଯିବ। ପ୍ରଧାନମନ୍ତ୍ରୀ ମୋଦି ଏହା ବି କହିଛନ୍ତି ଯେ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ଉପୁଜିଥିବା ପରିସ୍ଥିତିର ମୁକାବିଲା ନିମନ୍ତେ ତାଙ୍କ ସରକାର ଲଗାତାର କାମ କରୁଛି। ୨୮ ଫେବୃଆରୀରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଆମେରିକା ଓ ଇସ୍ରାଏଲ ଇରାନକୁ ଆକ୍ରମଣ କରିବା ପରିସ୍ଥିତିକୁ ବିଗାଡି ଦେଇଛି।

Leave A Reply

Your email address will not be published.