୧୬ଚୁକ୍ତି ୧୧ଘୋଷଣାନାମା ସ୍ୱାକ୍ଷରିତ: ପିଏମ ମୋଦି

0

ଓଡ଼ିଆ ନ୍ୟୁଜ୍: ଭାରତ-ଇସ୍ରାଏଲ୍‌ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ। ସାରା ବିଶ୍ୱକୁ ବଦଳାଇବା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ।ଇସ୍ରାଏଲର କୃଷି ପ୍ରଣାଳୀ ଆଜି ଆମ ଦେଶର ଗାଁ ଗାଁରେ ପହଞ୍ଚିଛି।ଇସ୍ରାଏଲ୍‌ର ବୈଷୟିକ କୌଶଳ ଭାରତୀୟ କୃଷକଙ୍କୁ ନୂଆ ରାସ୍ତା ଦେଖାଇବ।୧୦୦ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ପାଇଁ ସହମତି ହୋଇଛି।ଇସ୍ରାଏଲ୍‌ରେ UPI ବ୍ୟବହାର ନେଇ ଚୁକ୍ତି ସ୍ୱାକ୍ଷାରିତ ହୋଇଛି। ବେସାମରିକ ପରମାଣୁ ଶକ୍ତି ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢ଼ିବୁ।ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଖୁବ୍ ଶୀଘ୍ର ଏକ ସହମତିରେ ପହଞ୍ଚିବ।କୌଣସି ପରିସ୍ଥିତିରେ ଆତଙ୍କବାଦକୁ ସ୍ବୀକାର କରାଯାଇ ପାରିବ ନାହିଁ। ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ଜାରି ରହିଛି, ଆଗକୁ ବି ରହିବ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ନେଇ ଉଦ୍ୟମ ଜାରି ରହିବ।

Leave A Reply

Your email address will not be published.