ଓଡ଼ିଶା ଆସିବା ପାଇଁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ଅସ୍ୱୀକାର କଲି: ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ। ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ମୋହନ ସରକାରଙ୍କ ଟିମ୍‌କୁ ବଧାଇ ଜଣାଉଛି। ବର୍ଷକ ଭିତରେ ବେଶ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଓଡ଼ିଶା ଆମର ସଂସ୍କୃତିକୁ ପରିପୂର୍ଣ୍ଣ କରିଛି। ବିଗତ ବର୍ଷକ ଭିତରେ ବିକାଶ ଓ ବିରାସତକୁ କରି ଦେଖାଇଛି। ଓଡ଼ିଶାରେ ଭାଜପା ବର୍ଷେ ପୂରଣ କରିଛି।

ବର୍ଷ ପୂରଣ ସହ ଆଗକୁ ରଥଯାତ୍ରା ହେବାକୁ ଯାଉଛି। ଏଠି ଭାଜପା ସରକାର ହେଲା ପରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିଲା।ରତ୍ନଭଣ୍ଡାର ମଧ୍ୟ ଖୋଲି ଦିଆଗଲା।ତେବେ ମୋଦି ଆହୁରି କହିଛନ୍ତି, କାନଡ଼ା ଗସ୍ତରେ ଥିଲାବେଳେ ଟ୍ରମ୍ପ ଆମେରିକା ଯିବାକୁ ନିମନ୍ତ୍ରଣ କଲେ। ମାତ୍ର ମୁଁ କହିଲି ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି। ଜଗନ୍ନାଥଙ୍କ ଧାମକୁ ଯିବାର ଅଛି, ଆମେରିକା ଯାଇ ହେବନି। ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି।

Leave A Reply

Your email address will not be published.