ଦୁଇ ଲକ୍ଷପତି ଦିଦିଙ୍କୁ ମୋଦି ସମ୍ବର୍ଦ୍ଧନା

0

ଓଡ଼ିଆ ନ୍ୟୁଜ୍: ବିଜେପି ସରକାରକୁ ପୂରିଲା ଏକବର୍ଷ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମହିଳା ମାନେ ମାତୃ ଶକ୍ତିର ପରିଚୟ କହି ୫ ଜଣ ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ।ମୟୁରଭଞ୍ଜ ଜିଲ୍ଲାର କ୍ରିଷ୍ଣଚନ୍ଦ୍ରପୁର ଗ୍ରାମର ସାନ୍ତାଳ ଜାତିର ୫୦ ବର୍ଷିୟା କବିତା ସିଂ ଛେଳି କୁକୁଡ଼ା ପାଳନ କରି ବର୍ଷକୁ ୧ଲକ୍ଷ ୩୦ହଜାର ଆୟ କରିଛନ୍ତି । ଝାରସୁଗୁଡାର ଲୁସା ଗଣେ ବର୍ଷକୁ ମୋଟ ୧୨ ଲକ୍ଷ ୫୫ ହଜାର ରୋଜଗାର କରି ମହା ଲକ୍ଷପତି ଦିଦି ।

ସେ ପରିବା ଚାଷ ସହ କୁକୁଡା ପାଳନ ଏବଂ ସଉଦା ଦୋକାନ କରି ସଫଳତା ହାସଲ କରିଛନ୍ତି । ମାଲକାନଗିରି ବଣ୍ଡା ଜାତିର ସୋମାରୀ ଝିଗିଡି ଜଙ୍ଗଲରୁ ଉତ୍ପାଦିତ ଦ୍ରବ୍ୟ, ଧାନ ଓ ପରିବା ବିକ୍ରି କରି ବର୍ଷକୁ ୨ ଲକ୍ଷ ୮୦ ହଜାର ଆୟ କରିଛନ୍ତି । ସୁମିତ୍ରା ପଣ୍ଡା ସିମେଣ୍ଟ ଏବଂ ରଡ୍ ବ୍ୟବସାୟ କରି ବର୍ଷକୁ ୨ ଲକ୍ଷ ୨୦ ହଜାର ରୋଜଗାର କରି ସମ୍ବର୍ଦ୍ଧିତ ହୋଇଛନ୍ତି । କନ୍ଧ ଜାତୀୟ ମହିଳା କୁସୁମ କେହେଁର କାଠ ତିଆରି କଣ୍ଢେଇ ଏବଂ ଚାଷ ମାଧ୍ୟମରେ ୨ ଲକ୍ଷ ୫୦ ହଜାର ଆୟ କରିବା ସହ ଅନ୍ୟ ୬ ଜଣ ମହିଳାଙ୍କର ରୋଜଗାରର ମାଧ୍ୟମ ସାଜିଛନ୍ତି ।

Leave A Reply

Your email address will not be published.