‘ନାରୀ ଶକ୍ତି ବନ୍ଦନ’ ଦେଶର ନାରୀଙ୍କ ପାଇଁ ସମର୍ପିତ: ମୋଦି

0

ଓଡ଼ିଆ ନ୍ୟୁଜ୍: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନାରୀ ଶକ୍ତି ବନ୍ଦନ ସମ୍ମେଳନ।ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱୋଧନ।ନାରୀ ଶକ୍ତି ବନ୍ଦନ’ ଦେଶର ନାରୀଙ୍କ ପାଇଁ ସମର୍ପିତ: ମୋଦି। ଭାରତ ଏକ ମହତପୂର୍ଣ୍ଣ ନିର୍ଣ୍ଣୟ ନେବାକୁ ଯାଉଅଛି।ଏହି ନିର୍ଣ୍ଣୟ ନାରୀମାନଙ୍କୁ ସମର୍ପିତ କହିଲେ ମୋଦି। ଆସନ୍ତା ୧୬ ଏପ୍ରିଲରେ ଇତିହାସ ରଚିବାକୁ ଯାଉଛି ସଂସଦ। ସବୁ ଦଳ ‘ନାରୀ ଶକ୍ତି ବନ୍ଦନ’କୁ ସମର୍ଥନ ଦେବାକୁ ଅନୁରୋଧ। ମୁଁ ମାଆ ଓ ଭଉଣୀମାନଙ୍କ ଆଶୀର୍ବାଦ ନେବାକୁ ଏଠାକୁ ଆସିଛି।

ଏବେ ଦେଶ ସକରାତ୍ମକ ନିଷ୍ପତ୍ତି ଆଡ଼କୁ ଅଗ୍ରସର ହେଉଛି। ୨୧ଟି ରାଜ୍ୟରେ ମହିଳାଙ୍କ ଭାଗିଦାରୀ ୫୦ ପ୍ରତିଶତ ଅଛି। ମହିଳାଙ୍କ ଭାଗିଦାରୀ ଗଣତନ୍ତ୍ରକୁ ସୁଦୃଢ କରିଛି: ମୋଦି। ଆଜିର ସରକାର ମାଆ ଓ ଭଉଣୀମାନଙ୍କ ପାଇଁ ସମର୍ପିତ। ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ମାଗଣା ଶୌଚାଳୟ: ମୋଦି।ସେନା ବାହିନୀଠାରୁ ଆରମ୍ଭ କରି ସବୁଠି ମହିଳା ଆଗରେ। ମହିଳାଙ୍କ ନାଁରେ ମିଳୁଛି ପିଏମ୍‌ ଆବାସ ଯୋଜନା। ବ୍ୟବସାୟୀରେ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି ମହିଳା।

Leave A Reply

Your email address will not be published.