ଓଡ଼ିଆ ନ୍ୟୁଜ୍: ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ।ସଂଗଠନର ଅନ୍ତିମ ପର୍ବ ଶେଷ ହେବା ନେଇ ଦେଲେ ସୂଚନା।ଜନସେବା ଓ ରାଷ୍ଟ୍ର ସେବାର ଭାବ ନେଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଲେ।ପୂର୍ବ ଅଧ୍ୟକ୍ଷ ବାଜପେୟୀ, ଆଡଭାନୀ, ଯୋଶୀ, ଗଡ଼କରୀଙ୍କୁ ପ୍ରଶଂସା କଲେ।‘ମୁଁ ଆଜି ବିଜେପି କାର୍ଯ୍ୟକର୍ତ୍ତା ଭାବେ ଆଜି ଏଠାରେ ପହଞ୍ଚି ସାରିଛି’।ମୁଁ ଆଜି ବି କାର୍ଯ୍ୟକର୍ତ୍ତା, ନିତିନ ନବୀନ ମୋ ବସ୍।‘ନୂଆ ଅଧ୍ୟକ୍ଷଙ୍କର ବିଜେପିକୁ ସମ୍ଭାଳିବା ଏକମାତ୍ର ଦାୟିତ୍ବ ନୁହେଁ’।NDAର ସାଥି ଦଳମାନଙ୍କୁ ନେଇ ଚଳିବାର କାର୍ଯ୍ୟକ୍ରମ କରିବେ
ନିତିନଙ୍କ ପାଖରେ ସଂଗଠନ ଚଳାଇବାର ଲମ୍ବା ଅଭିଜ୍ଞତା ରହିଛି।ଭାରତରେ ଲୋକତନ୍ତ୍ର ସୁଦୃଢ଼, ବିଜେପି ବିଶ୍ବର ସବୁଠୁ ବଡ଼ ରାଜନୈତିକ ଦଳ।ନେତୃତ୍ବ ବଦଳିବ, ମାତ୍ର ବିକାଶର ଆଭିମୁଖ୍ୟ ବଦଳିବନି।ଜନତା ଜନାର୍ଦ୍ଦନଙ୍କ ସେବା ସର୍ବୋପରି- ପ୍ରଧାନମନ୍ତ୍ରୀ ମୋଦି।‘ବିଗତ ୧୧ ବର୍ଷରେ ବିଜେପିର ଜନ ବିକାଶ ଯାତ୍ରା ବଢ଼ି ଚାଲିଛି।ହରିୟାଣା, ଆସାମ, ତ୍ରିପୁରା, ଓଡ଼ିଶାରେ ପ୍ରଥମ କରି ସରକାର କରିଛୁ।
ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରେ ଲୋକଙ୍କ ସ୍ବର ବନି ପାରିଛି।ମୁମ୍ବାଇ BMC ନିର୍ବାଚନରେ ଦଳକୁ ବଡ଼ ସଫଳତା ମିଳିଛି।ଥିରୁବନନ୍ତପୁରମରେ ୪୫ ବର୍ଷ ପରେ ପ୍ରଥମ ମେୟର ବିଜେପିକୁ ମିଳିଛି।ପରବର୍ତ୍ତୀ ବିଧାନସଭା ନିର୍ବାଚନରେ କେରଳରେ ବିଜୟୀ ହେବୁ।କ୍ଷମତାକୁ ଆସିବା ପରେ ୧୨ କୋଟି ପରିବାରକୁ ପାଇପ ଜଳ ଯୋଗାଇଛୁ।‘୩୩ କୋଟି ପରିବାରକୁ ରନ୍ଧନ ଗ୍ୟାସ୍ ସଂଯୋଗ କରାଯାଇଛି’।ଅତୀତରେ ସରକାରମାନେ ଜନଜାତିଙ୍କୁ ଭୋଟ ବ୍ୟାଙ୍କ କରିଥିଲେ।ଆମ ସରକାର ଜନଜାତିଙ୍କ ବିକାଶ ପାଇଁ PM ଜନମନ ଯୋଜନା ଲାଗୁ କରିଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଓ ଆକାଂକ୍ଷୀ ଜିଲ୍ଲାର ବିକାଶକୁ ପ୍ରାଥମିକତା।