ଗୁଳିର ଜବାବ ଗୋଳିରେ ଦିଆଯିବ: ପିଏମ ମୋଦି

0

ଓଡ଼ିଆ ନ୍ୟୁଜ୍: ଶତ୍ରୁକୁ ଚେତାବନୀ ଦେଇଛନ୍ତି ପିଏମ୍ ମୋଦି ।କଥାବାର୍ତ୍ତା ହେବ ତ କେବଳ POK ଫେରାଇବା ଉପରେ । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନସଙ୍କ ସହ କଥା ହେବା ବେଳେ ପିଏମ୍ ମୋଦି ସଫା ସଫା ଶୁଣାଇ ଦେଇଛନ୍ତି, କାଶ୍ମୀର ପ୍ରସଙ୍ଗରେ ଆମର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ଏବେ କେବଳ ଗୋଟିଏ ପ୍ରସଙ୍ଗ ବାକି ଅଛି, ତାହେଲା- ପାକ୍ ଅଧିକୃତ କାଶ୍ମୀରକୁ ଫେରାଇ ଆଣିବା । ଏହାବ୍ୟତୀତ ଅନ୍ୟ କୌଣସି କଥା ନାହିଁ । ଯଦି ସେମାନେ ଆତଙ୍କବାଦୀଙ୍କୁ ଆମ ହାତରେ ଟେକି ଦେବେ, ତେବେ ଯାଇ ଆଲୋଚନା ହୋଇପାରେ । ଅନ୍ୟ କୌଣସି ପ୍ରସଙ୍ଗରେ କଥାବାର୍ତ୍ତା ହେବାର ନାହିଁ ।

ମୋଦି ଏହା ବି ସଫା ସଫା ଶୁଣାଇ ଦେଇଛନ୍ତି ଯେ, ଭାରତ ଚାହେଁ ନାହିଁ ଏଥିରେ ଆଉ କିଏ ମଧ୍ୟସ୍ଥତା କରୁ । ଆମକୁ କୌଣସି ମଧ୍ୟସ୍ଥିର ଦରକାର ନାହିଁ । ପ୍ରଧାନମନ୍ତ୍ରୀ ଏହା ବି ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ଯେ, ଯଦି ସେପଟୁ ଗୁଳି ଚାଲେ, ଏପଟୁ ଗୋଳା ବର୍ଷିବ। ଅପରେସନ୍ ସିନ୍ଦୂର ଏଯାଏଁ ସରିନାହିଁ । ଜେଡି ଭାନ୍ସଙ୍କ ସହ ପିଏମ୍ ମୋଦିଙ୍କ କଥାବାର୍ତ୍ତା ନେଇ ନ୍ୟୁୟର୍କ ଟାଇମସରେ ରିପୋର୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.