ଓଡ଼ିଆ ନ୍ୟୁଜ୍: କଂଗ୍ରେସକୁ କଡ଼ା ଭାଷାରେ ତାଚ୍ଛଲ୍ୟ କଲେ ପ୍ରଧାନମନ୍ତ୍ରୀ ମୋଦି।କଂଗ୍ରେସ ଏବେ MMC ପାଲଟିଛି କହିଲେ ମୋଦି। ମୁସଲିମ୍ ଲିଗ୍ ମାଓଇଷ୍ଟ(MMC) ଦଳ ପାଲଟିଛି କଂଗ୍ରେସ।କେବଳ ମୁସଲିମ୍ ଓ ମାଓବାଦୀଙ୍କ ଏଜେଣ୍ଡାକୁ ପ୍ରାଥମିକତା ଦେଉଛି କଂଗ୍ରେସ।ଲୋକେ ଏବେ କଂଗ୍ରେସର ଚାଲ୍ ବୁଝି ସାରିଲେଣି। କଂଗ୍ରେସ ଉପରୁ ଲୋକଙ୍କ ଆସ୍ଥା ହ୍ରାସ ପାଉଛି। ଅନେକ ରାଜ୍ୟରେ ଦୀର୍ଘ ବର୍ଷ ଧରି କଂଗ୍ରେସ ଆଉ କ୍ଷମତାକୁ ଫେରିନି। ଗତ ୩ ଲୋକସଭା ନିର୍ବାଚନରେ କଂଗ୍ରେସ ୩ ଅଙ୍କ ବି ଛୁଇଁପାରିନି।ଆଜି ଆମର ଯେତିକି ବିଧାୟକ ଜିତିଛନ୍ତି, ଗତ ୬ ନିର୍ବାଚନରେ କଂଗ୍ରେସ ସେତିକି ଜିତିନି। ଏବେ କଂଗ୍ରେସର ରାଜନୀତିର ଆଧାର ନକରାତ୍ମକ ପଲିଟିକ୍ସ।
ECIକୁ ଗାଳି, ବିଭିନ୍ନ ସଂସ୍ଥାକୁ ଆକ୍ରମଣ, ଭୋଟ୍ ଚୋରି ଅଭିଯୋଗ କଂଗ୍ରେସର କାମ। କଂଗ୍ରେସର ନକରାତ୍ମକ ରାଜନୀତିକୁ ନେଇ ଦଳ ଭିତରେ ଅସନ୍ତୋଷ ରହିଛି।ଆଗକୁ କଂଗ୍ରେସରେ ବଡ଼ ବିଭାଜନ ହୋଇପାରେ- ମୋଦି।ନିଜ ସହଯୋଗୀ ଦଳଙ୍କୁ ମଧ୍ୟ କଂଗ୍ରେସ ବୁଡ଼ାଉଛି।ମୁଁ ପୂର୍ବରୁ କଂଗ୍ରେସର ସହଯୋଗୀ ଦଳକୁ ଚେତାଇ ଥିଲି। କଂଗ୍ରେସ ଠାରୁ ସାବଧାନ ରହିବାକୁ ପରାମର୍ଶ ଦେଇଥିଲି। ଆଜି ଆର୍ଜେଡି ପୂରା ନିରାଶ, କଂଗ୍ରେସ ପାଇଁ ହାରିଛି।ଏବେ ଦୁଇ ଦଳ ମଧ୍ୟରେ କଳି ଖୁବଶୀଘ୍ର ସାମ୍ନାକୁ ଆସିବ।