ଓଡ଼ିଆ ନ୍ୟୁଜ୍: ଅପରେସନ ସିନ୍ଦୂର ପରେ ମୋଦିଙ୍କ ପ୍ରଥମ ଗୁଜୁରାଟ ଗସ୍ତ । ସକାଳେ ଗାନ୍ଧୀ ନଗରରେ ପହଞ୍ଚିଥିଲେ । ରୋଡ ଶୋ କଲେ । ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ଆଉ ଗୁଜୁରାଟରୁ ସିଧାସଳଖ ପାକିସ୍ତାନକୁ ଟାର୍ଗେଟ କରିଥିଲେ । ଇଟାର ଜବାବ ପଥରେ ଦେବୁ । ଜଲଦି ଆତଙ୍କବାଦର କଣ୍ଟାକୁ କାଢିବୁ ବୋଲି ରଣହୁଙ୍କାର ଦେଇଥିଲେ । ସେ କହିଥିଲେ ଶରୀର ଯେତେ ସୁସ୍ଥ ହେଉ ନା କାହିଁକି ଯଦି ଗୋଟିଏ କଣ୍ଟା ଶରୀରରେ ଆଘତ ହୁଏ ତେବେ ପୂରା ଦେହ କଷ୍ଟ ପାଏ ।
ଆଉ ଆମେ ନିଷ୍ପତ୍ତି ନେଇଛୁ ସେ ହି କଣ୍ଟାକୁ ଆମେ ବାହାର କରି ଫୋପାଡିବୁ । ଆମେ କାହା ସହ ଶତ୍ରୁତା ଚାହୁଁନୁ । ପ୍ରତିଟି ଆକ୍ରମଣାର ଉଚିତ ଜବାବ ଦିଆଯିବ । ପାକିସ୍ତାନ କୁ ଜଣା ସେ ଯୁଦ୍ଧାରେ ଜିତି ପାରିବନି । ଆମେ ପ୍ରଗତି ଚାହୁଁ ଦେଶର ବିକାଶ ଚାହୁଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।