ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

0

ଓଡ଼ିଆ ନ୍ୟୁଜ୍: ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ଅଗଷ୍ଟ ୩୧ରେ ଚୀନ୍‌ ଗସ୍ତ କରିବା ନେଇ ସୂଚନା।SCO ସମ୍ମିଳନୀରେ ଯୋଗ ଦେବାକୁ ଚୀନ୍‌ ଯିବେ।ଚୀନ ସହ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ।

୫ବର୍ଷ ପରେ ଚୀନ୍ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଚୀନ ଗସ୍ତ କରିବେ ବୋଲି ଜଣାପଡ଼ିଛି। ୨୦୨୦ମସିହାରେ ପୂର୍ବ ଲଦାଖର ଗଲୱାନରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଚୀନ ଗସ୍ତ ହେବ। ଭାରତ ଏବଂ ଚୀନ ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ କରିବା ପାଇଁ ପ୍ରୟାସ କରିବାକୁ ଏହି ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଶେଷ ଥର ପାଇଁ ୨୦୧୯ରେ ପ୍ରଧାନମନ୍ତ୍ରୀ ଚୀନ୍ ଗସ୍ତ କରିଥିଲେ।

Leave A Reply

Your email address will not be published.