ଓଡ଼ିଆ ନ୍ୟୁଜ୍: ଜୁନ୍ ୧୨ରେ ନୁହେଁ ୨୦ ତାରିଖରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ଏନେଇ ସରକାରୀ ସ୍ତରରୁ ନେଇ ଦଳୀୟ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି ।
ଯାହାକୁ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଓଡ଼ିଶାରେ ବିଜେପି ସରକାରକୁ ୧୨ ରେ ବର୍ଷେ ପୂରି ବାକୁ ଯାଉଛି । ସେଥିପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଥିବା ଜଣାପଡିଛି । ୧୨ତାରିଖରେ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ହେବାକୁ ଥିବା ବେଳେ ୧୩ ତାରିଖରେ କଟକରେ ବଡ଼ ଧରଣର କାର୍ଯ୍ୟକ୍ରମ ହେବାର ରହିଛି ।