ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ରେଳ ସେତୁ

0

ଓଡ଼ିଆ ନ୍ୟୁଜ୍: ଆଧୁନିକ କାରିଗରୀ କୌଶଳ ଜ୍ୱଳନ୍ତ ନିଦର୍ଶନ । ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ସେତୁ । ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ତିଆରି ହୋଇଛି ଏହି ଅତ୍ୟାଧୁନିକ ବ୍ରିଜ। ପ୍ରକୃତିରୁ ସୃଷ୍ଟି ହେଉଥିବା ଭୟଙ୍କର ପ୍ରଳୟକୁ ମଧ୍ୟ ସେତୁଟି ସହ୍ୟ କରିପାରିବ । ଯେକୋଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ । ଗବେଷକଙ୍କ କହିବା କଥା ୨୬୬ କିଲୋମିଟର ପବନର ବେଗକୁ ସହ୍ୟ କରିବାର ସାମର୍ଥ୍ୟ ରହିଛଇ ଚେନାବସେତୁ । ସେତୁଟିର ଦୈର୍ଘ୍ୟ ୧୩୧୫ମିଟର ଏବଂ ଉଚ୍ଚତା ପ୍ରାୟ ୩୫୯ମିଟର ରହିଛି । ପ୍ରାୟ ୧୫ ଶହ କୋଟି ବ୍ୟୟରେ ନିର୍ମିତ ସେତୁଟି ହୋଇଛି ।

ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କରେ ଚାଲିବ । ଏହି ବ୍ରିଜ ଫଳରେ ସେଠିକାର ଅଧିବାସୀ ବହୁତ ଉପକୃତ ହୋଇପାରିବେ । ୨୦୦୨ରେ ଏହା ଜାତୀୟ ପ୍ରକଳ୍ପର ମାନ୍ୟତା ହାସଲ କରିଥିଲା । ଏହି ବ୍ରିଜରେ ଯେଉଁଥିରେ ୩୬ଟି ସୁଡଙ୍ଗ ଏବଂ ୯୪୩ଟି ସେତୁ ରହିଛି । ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଉପରାଜ୍ୟାପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଉପସ୍ଥିତ ଥିଲେ ।

Leave A Reply

Your email address will not be published.