କଟକ; ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ସଜା, ଜୀବନ ଥିବା ଯାଏଁ ରହିବ ଜେଲରେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜନୈକା ନାବାଳିକାଙ୍କ ଦୁଷ୍କର୍ମକାରୀକୁ ଆଜୀବନ ସଜ୍ଜା ଶୁଣାଇଲେ କଟକ ପୋକସୋ କୋର୍ଟ। ଦୋଷୀ ସାବ୍ୟସ୍ତ ଟିକନ ସାହୁର ଜୀବନ ଥିବା ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ଭୋଗିବ ଏହି ଦୋଷୀ। କଟକ ପୋକସୋ କୋର୍ଟ କଟକ ଜଗତପୁର ଅଞ୍ଚଳରେ ଘଟିଥିବା ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୋକସୋ ଅଦାଲତଙ୍କ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଟକ ଵିରିବାଟୀର ଟିକନ ସାହୁ ଓରଫ ସନାତନ। ୨୦୧୮ ଜାନୁଆରୀ ୧୩ ତାରିଖରେ ଜଗତପୁର ଅଞ୍ଚଳରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା। ଜଣେ ୬ ବର୍ଷର ନାବାଳିକା ସହ ଏହି ଦୁଷ୍କର୍ମ ହୋଇଥିଲା। ନାବାଳିକାର ବାପା ମା ଘରେ ନଥିବା ବେଳେ ଟିକନ ଘରେ ପଶି ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା। ଦୁଇ ଦିନ ପରେ ୨୦୧୮ ଜାନୁଆରୀ ୧୫ ରେ ଜଗତପୁର ଥାନାରେ ଏ ନେଇ ମାମଲାରୁଜ୍ଜୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ସେହି ବର୍ଷ ମାର୍ଚ୍ଚ ୨୨ ତାରିଖରେ ପୋକସୋ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା। ଦୁଷ୍କର୍ମ ଘଟଣାର ୧୬ ଜଣ ସାକ୍ଷୀ ଓ ୧୧ ଟି ତଥ୍ୟପ୍ରମାଣ ଆଧାରରେ ପୋକସୋ କୋର୍ଟ ଏହି ସଜ୍ଜା ଶୁଣାଇଛନ୍ତି।

ଦୋଷୀକୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ପାଇଁ ନିର୍ଦ୍ଦେଶ ମଧ୍ୟ ରହିଛି। ଅନ୍ୟପଟରେ ପିଡ଼ିତାକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ। ପିଡ଼ିତା କ୍ଷତିପୂରଣ ଆଇନ ଅନୁଯାୟୀ ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋକସୋ ଅଦାଲତରେ ଏହି ମାମଲାଟିକୁ ସରକାରୀ ଓକିଲ ରମେଶ ମହାନ୍ତି ପରିଚାଳନା କରୁଥିଲେ।।

Leave A Reply

Your email address will not be published.