ସୁନା ବ୍ୟବସାୟୀଙ୍କ ଠାରୁ ୭ଲକ୍ଷ ଲୁଟ କରି ଫେରାର ହେଲା ନିଜ କାର ଡ୍ରାଇଭର, କାବୁ କଲା ଦେବଗଡ଼ ପୁଲିସ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ମୁମ୍ବାଇ ରୁ କୋଲକାତା ଯାଉଥିବା ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଆଜି ସକାଳେ ନିଜ ଏକ୍ସୟୁଭି ଡ୍ରାଇଭର 7 ଲକ୍ଷ ରୁ ଅଧିକ ଟଙ୍କା ଲୁଟି ନେଇ ଫେରାର ହେବା ବେଳେ ଅଭିଯୁକ୍ତକୁ କାବୁ କରିଛି ଦେବଗଡ଼ ଥାନା ପୁଲିସ l ମିଳିଥିବା ସୂଚନା ଅନୁଯାଇ ମୁମ୍ବାଇର ସୁନା ବ୍ୟବସାୟୀ ନିର୍ମଳ ସିଂ ଗତକାଲି ନିଜ ଏକ୍ସୟୁଭିରେ ମୁମ୍ବାଇରୁ କୋଲକାତା ଯାଉଥିବା ସମୟରେ ବିଳମ୍ବିତ ରାତିରେ ଦେବଗଡ଼ ଥାନା ଅନ୍ତର୍ଗତ କୈଳାସ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ଢ଼ାବାରେ ନିଜ ଗାଡି ଡ୍ରାଇଭର ମୁକୁଳ ଅନିଲ, ସନ୍ତୋଷ ଦାସ ସହ ବିଶ୍ରାମ କରିଥିଲେ l ତେବେ ସୁନା ବ୍ୟବସାୟୀ ନିର୍ମଳ ଶୋଇ ପଡିବା ପରେ ଚାଳକ ଅନିଲ ଗାଡ଼ିରେ ଥିବା ନଗଦ ୭ ଲକ୍ଷ ୧୦ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲା l

ନିର୍ମଳ ନିଦରୁ ଉଠି ଚାଳକଙ୍କୁ ଖୋଜି ଥିଲେ ମଧ୍ୟ ପାଇ ନଥିଲେ l ଅନ୍ୟ ପକ୍ଷରେ ଗାଡ଼ିରେ ଥିବା ଟଙ୍କା ଗାୟବ ହୋଇଥିବା ଜାଣି ନିର୍ମଳ ସକାଳୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଡ୍ରାଇଭର ଅନିଲ ସନ୍ତୋଷ ଏକ ଘରୋଇ ବସ ଯୋଗେ ଫେରାର ହେଉଥିବା ବେଳେ ପୁଲିସ ଟ୍ରାକ କରି ବଡ଼କୁଦର ଟୋଲଗେଟ ନିକଟରୁ ଗିରଫ କରିଛି l ସେହିପରି ଅଭିଯୁକ୍ତ ନିକଟରୁ ନଗଦ 7 ଲକ୍ଷ 10 ହଜାର ଟଙ୍କା ଉଦ୍ଧାର କରିଛି l ଆଜି ଗିରଫ ଡ୍ରାଇଭର କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି l ଅଭିଯୋଗର ପାଇବାର ମାତ୍ର 4 ଘଣ୍ଟା ମଧ୍ୟରେ ଟଙ୍କା ଉଦ୍ଧାର କରିବା ସହ ଅଭିଯୁକ୍ତ କୁ ଧରିବାରେ ସଫଳ ହୋଇଛି ଦେବଗଡ଼ ଥାନା ପୁଲିସ l

Leave A Reply

Your email address will not be published.