ବାବୁସାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତୃପ୍ତି,କିନ୍ତୁ ଏଯାଏ ତାଙ୍କୁ ପଚରାଉଚରା କରିନି ପୋଲିସ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଫେରିବା ପରେ ବି ଥମୁନି ବାବୁସାନ ଚର୍ଚ୍ଚା । ସେ ଗିରଫ ହେବେ କି ? ନା ବାହାରିବ ଘରୋଇ କଳିରେ ଆପୋସ ସମାଧାନର ବାଟ ? ବାବୁସାନ ଆଗୁଆ ଜାମିନ ପାଇଁ ହାଇକୋର୍ଟ ଯାଇଛନ୍ତି । ତାହେଲେ ଗିରଫଦାରୀ ଭୟ ରହିଛି କି ? ନହେଲେ କାହିଁକି ହାଇକୋର୍ଟ ଯାଇ ଥାଆନ୍ତେ । ପତ୍ନୀଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ଖାରବେଳନଗର ଥାନା ପୋଲିସ । ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତୃପ୍ତି । ବାବୁସାନଙ୍କ ନାଁରେ ଲାଗିଛି IPCର ଦଫା ୪୯୮-ଏ ଓ ୫୦୬ । ୪୯୮-ଏରେ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଓ ୫୦୬ରେ ହତ୍ୟା ଧମକ ନେଇ ମାମଲା ରୁଜୁ ହୋଇଛି । ତୃପ୍ତି ଅଭିଯୋଗ କରିଛନ୍ତି ଦୁଇ ବର୍ଷ ହେବ ସେ ନିର୍ଯାତିତ । ଏତଲାରେ ଦର୍ଶାଇଥିଲେ, ପ୍ରକୃତି ମିଶ୍ର ସେମାନଙ୍କ ବୈବାହିକ ଜୀବନରେ ପଶିବା ପରଠୁ ଅଶାନ୍ତି ଚାଲିଛି । ଲକଡାଉନ୍‌ ସମୟରେ ବାବୁସାନଙ୍କ ସହ ସମ୍ପର୍କ ବଢ଼ାଇଥିଲେ ପ୍ରକୃତି । ତାଙ୍କର ଖରାପ ଉଦ୍ଦେଶ୍ୟ ରହିଥିଲା । ଏମିତିକି ପ୍ରକୃତି ବିଭିନ୍ନ ସମୟରେ ତାଙ୍କୁ ଓ ବାବୁସାନଙ୍କୁ ଧମକ ବି ଦେଉଥିବା ଏତଲାରେ ଲେଖିଛନ୍ତି ତୃପ୍ତି । ଏବେ ତାଙ୍କର ଓ ପୁଅର ଜୀବନ ପ୍ରତି ବିପଦ ରହିଛି । ଆଗକୁ ତୃପ୍ତିଙ୍କ ଅଭିଯୋଗ ସହ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଓ ପରକୀୟା ପ୍ରୀତି ଅଭିଯୋଗ ନେଇ ବାବୁସାନଙ୍କୁ ପଚରାଉଚରା କରିବ ପୋଲିସ

 ତୃପ୍ତି ତାଙ୍କ ଏଫଆଇଆରରେ ଆଉ ଗୋଟିଏ ସାଂଘାତିକ କଥା କହିଛନ୍ତି । ବାବୁସାନ ୨୪ ଘଣ୍ଟା ନିଶାରେ ଚୁର ରହୁଥିଲେ । ଏଥିପାଇଁ ଘରକୁ ଫେରୁ ନଥିଲେ । ଆର୍ଥିକ କି ମାନସିକସ୍ତରରେ ସ୍ତ୍ରୀ କି ପିଲାର ଦାୟିତ୍ୱ ନେଉ ନଥିଲେ ବାବୁସାନ । ତାଙ୍କୁ ମଦ, ଗଞ୍ଜେଇ ଭଳି ନିଶା ଦେଇ ଆର୍ଥିକ ସହୟତା ନେଉଥିଲେ ପ୍ରକୃତି । ଆଜି ଓଲିଉଡରେ ନିଶା ଦ୍ରବ୍ୟର ବହୁଳ ବ୍ୟବହାର ଅଭିଯୋଗ କରିଛି କଳିଙ୍ଗ ସେନା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିରେ ଖାରବେଳନଗର ଥାନାରେ ଏତଲା ହୋଇଛି । ବାବୁସାନ ଗଞ୍ଜେଇ, ମଦ ପିଉଥିବା ପତ୍ନୀ ବି ଏଫଆଇଆରରେ ଦର୍ଶାଇଛନ୍ତି । ଆଗକୁ ପୋଲିସ ଏଦିଗରେ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ସହ ବାବୁସାନଙ୍କୁ ପଚରାଉଚରା କରିପାରେ ।

ଚେନ୍ନାଇରୁ ଫେରି ଦୁଇ ଦିନ ହେଲାଣି ଭୁବନେଶ୍ୱରରେ ଅଛନ୍ତି ବାବୁସାନ । ବାପା ମାଆଙ୍କ ପାଖରେ ଅଛନ୍ତି । ଚେନ୍ନାଇରୁ ଫେରି ମୌନ ଥିବା ବାବୁସାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଅଛି । ତଥାପି କାହିଁକି ବାବୁସାନଙ୍କୁ ପଚରାଉଚରା କରୁନି ପୋଲିସ ? ଷ୍ଟାର ଦମ୍‌ ଆଗରେ ପୋଲିସ ପାଓ୍ଵାର ଫିକା ପଡୁଛି କି ? ଜଣେ ସାଧାରଣ ଲୋକ ଭଳି ଷ୍ଟାରଙ୍କ କ୍ଷେତ୍ରରେ ପୋଲିସର ସମାନ ଆଭିମୁଖ୍ୟ ନା ନାହିଁ ? ନା ଷ୍ଟାର ବୋଲି କୋହଳ ମନୋଭାବ ଦେଖାଉଛି ପୋଲିସ । କେବେ ପୋଲିସ ଆଗରେ ହାଜର ହେବେ ବାବୁସାନ ? ସବୁ କଥା କହିବି କହିବି କହୁଥିବା ବାବୁସାନ କେବେ କହିବେ ମନର କଥା ? ପତ୍ନୀଙ୍କୁ ନିର୍ଯାତନା ମାମଲାରେ ଗିରଫ ହେବେ କି ? ଆଜି ଘର ବାଲକୋନୀକୁ ମାଆଙ୍କ ସହ ବାହାରକୁ ବାହାରିଥିଲେ ବାବୁସାନ । ଫ୍ୟାନଙ୍କୁ ହାତ ଯୋଡ଼ି ନମସ୍କାର କରିଥିଲେ । ଠିକ୍‌ ସମୟରେ ଠିକ୍‌ କଥା କହିବେ କହି ଭିତରକୁ ଚାଲି ଯାଇଥିଲେ ।
ବାଇଟ୍‌- ବାବୁସାନ ମହାନ୍ତି, ଅଭିନେତା

ଗତ ୨୩ ତାରିଖରେ ବାବୁସାନଙ୍କ ଗାଡ଼ିରେ ପ୍ରକୃତି ମିଶ୍ରଙ୍କୁ ଦେଖି ରାସ୍ତାରେ ଝଗଡ଼ା କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ । ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା । ଏହାପରେ ପ୍ରକୃତିଙ୍କ ପରିବାର ଓ ବାବୁସାନଙ୍କ ପତ୍ନୀଙ୍କ ପକ୍ଷରୁ ଥାନାରେ ଦୁଇଟି ମାମଲା ହୋଇଛି । ଏଯାଏ ପ୍ରକୃତିଙ୍କୁ ମିଶାଇ ୮ ଜଣଙ୍କୁ ଜେରା କରିଛି ପୋଲିସ ।

Leave A Reply

Your email address will not be published.