ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜୋରଦାର: ୧୩୪ ସିନିଅର ପିଲାଙ୍କ ହେଲା ବୟାନ ରେକର୍ଡ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବିଜେବି କଲେଜ  ଛାତ୍ରୀ ଆତ୍ମହତ୍ୟା ମାମଲାରେ ପୋଲିସ୍ ଟିମର ତଦନ୍ତ ଜୋରଦାର କରାଯାଇଛି। ହଷ୍ଟେଲର ୧୩୪ ଜନ ସିନିଅର୍ ଛାତ୍ରୀଙ୍କ ବୟାନ ରେକର୍ଡ କରୁଛି ପୋଲିସ।  ଓ୍ୱାର୍ଡେନ, ଆସିଷ୍ଟାଣ୍ଟ ଓ୍ୱାର୍ଡେନ,ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆ ଯାଇଛି।

ଗତକାଲି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମ ହତ୍ୟା ଘଟଣାରେ କମିଶନରେଟ ପୋଲିସ ଆଜି ତଦନ୍ତ ଆରମ୍ଭ କରିଛି। ରୁଚିକା ରହୁ ଥିବା   ଛାତ୍ରୀନିବାସ R 201 ନମ୍ବର ରୁମକୁ ଯାଇ ତଦନ୍ତକରିଛି ପୋଲିସ। ହଷ୍ଟେଲର ୧୩୪ ଜଣ ସିନିଅର୍ ଛାତ୍ରୀଙ୍କ ୧୬୧ ଧାରାରେ ବୟାନ ରେକର୍ଡ ହେଉଛି। ୩ଟି ଟିମ ବୟାନ ରେକର୍ଡ କରୁଛନ୍ତି। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ୩ ସିନିୟର୍ ଛାତ୍ରୀଙ୍କୁ ଦଣ୍ଡ ମିଳିବ ବୋଲି କହିଛନ୍ତି କହିଛନ୍ତି ACP।

ଏପଟେ ଶୋକାକୁଳ ପରିବେଶରେ ରୁଚିକାଙ୍କ ଶେଷକୃତ୍ୟ କଖଡି ଗାଆଁରେ ହୋଇଛି। ଜଣେ ମେଧାବୀ ଛାତ୍ରୀଙ୍କ ଏଭଳି ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହନ୍ତି ପରିବାର ଲୋକେ ଓ ଗ୍ରାମବାସୀ। ତାଙ୍କ ମୃତ୍ୟୁ ପାଇଁ ଦାୟୀ  ୩ ଛାତ୍ରୀଙ୍କୁ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ବାପା ଓ ମା।  ଗତକାଲି ରୁଚିକା ମୃତ୍ୟୁ ପରେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଗୋଟିଏ ଫ୍ରେଶର ପାର୍ଟିରେ ଏହି ୩ ଝିଅ ଆସି ପାର୍ଟି ବନ୍ଦ କରିଥିଲେ। ରୂଚିକା ପ୍ରତିବାଦ କରିବାରୁ ତାଙ୍କୁ ଗାଳିଗୁଲଜ କରିବାସହ ନିର୍ଯାତନା ଦେଉଥିଲେ। ତେବେ କେବେ ପୋଲିସ୍ ଚିହ୍ନଟ କରୁଛି ୩ ସିନିଅର୍ ଛାତ୍ରୀଙ୍କୁ ତାହା .ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.