ଓଡ଼ିଆ ନ୍ୟୁଜ୍: ପୋଲିସ SI ପରୀକ୍ଷା କେଳେଙ୍କାରୀ ନେଇ କ୍ରାଇମ୍ବ୍ରାଞ୍ଚ ଡିଜିଙ୍କ ବଡ଼ ଖୁଲାସା।ମୋଷ୍ଟ ୱାଣ୍ଟେଡ୍ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ।ସୁକାନ୍ତ ମହାରଣା, ସୌମ୍ୟା ପିୟଦର୍ଶିନୀ ଓ ଅଭିମନ୍ୟୁ ଦୋରା ଗିରଫ। ‘ଅଭିଯୁକ୍ତମାନଙ୍କୁ ସୁରକ୍ଷା ଯୋଗାଇ ଦେଉଥିଲା ଦଶପଲ୍ଲାର ଅଭିମନ୍ୟୁ ଦୋରା’। ସୌମ୍ୟା ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ଼ କରୁଥିଲେ: କ୍ରାଇମ୍ବ୍ରାଞ୍ଚ ଡିଜି। ‘ସହଯୋଗୀ ଭାବେ କାମ କରି ପ୍ରମାଣ ନଷ୍ଟ କରୁଥିଲା ସୌମ୍ୟା ପ୍ରିୟଦର୍ଶିନୀ’।ଦୀଘା ଓ ହାଇଦ୍ରାବାଦରେ ମଡ୍ୟୁଲର ହେଉଥିଲା ସମସ୍ତ ସ୍କାମ୍ ପ୍ଲାନ୍।’ହାଇଦ୍ରାବାଦ ପରେ ଦୀଘା ମଡ୍ୟୁଲ ପାଇଁ ଯାଇଥାନ୍ତେ ପରୀକ୍ଷାର୍ଥୀ’। ‘୧୧୦ ପରୀକ୍ଷାର୍ଥୀଙ୍କ ପାଇଁ ଦୀଘାରେ ରୁମ୍ ବୁକ୍ ହୋଇଥିଲା ‘।
ଦୀଘା ମଡ୍ୟୁଲର ନେତୃତ୍ୱ ନେଇଥିଲା ପୂର୍ବରୁ ଗିରଫ ଅରବିନ୍ଦ ଦାସ’।ଅରବିନ୍ଦ ଦାସଙ୍କ ଘର ବାଲେଶ୍ୱର ଓ ସୌମ୍ୟା ଘର ଢେଙ୍କାନାଳ’।ଦିଲ୍ଲୀରେ ରହି ସବୁ ପରିଚାଳନା କରୁଥିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। ‘କେଳେଙ୍କାରୀର ମୁଖ୍ୟ ଶଙ୍କର ପୃଷ୍ଟିକୁ ରିପୋର୍ଟ କରୁଥିଲା ମୁନା ମହାନ୍ତି’। ପ୍ରଥମେ ମୁନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। କାହା ପାଖରେ କିଛି ସୂଚନା ଥିଲେ ଜଣାଇବାକୁ କ୍ରାଇମ୍ବ୍ରାଞ୍ଚ ଡିଜିଙ୍କ ଅପିଲ୍।ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ କହିଲେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।