ରାଜ୍ୟ କଂଗ୍ରେସରେ ରାଜନୀତି ବେଶି, କଂଗ୍ରେସ ଭବନ ଆଗରେ ବିକ୍ଷୋଭ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟ କଂଗ୍ରେସରେ ବିବାଦ ଥମିବାର ନାଁ’ ଧରୁନି । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ ଅସନ୍ତୋଷ ଝାଡ଼ିବା ପରେ ଆଜି କଂଗ୍ରେସ ଭବନ ସମ୍ମୁଖରେ ଜୋରଦାର ହଙ୍ଗାମା କରିଛନ୍ତି ନିଲମ୍ବିତଙ୍କ ସମର୍ଥକ । ଆଜି କଂଗ୍ରେସ ଭବନରେ ଶୃଙ୍ଖଳା କମିଟି ବୈଠକ ହେବାକୁ ଥିବାବେଳେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଓ ଅନ୍ୟ ସଦସ୍ୟମାନେ ଯୋଗ ଦେବାର ଥିଲା ଢ ତେବେ ଏହା ପୂର୍ବରୁ କଂଗ୍ରେସ ଭଵନ ବାହାରେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ବିଧାୟକ ମହମ୍ମଦ ମୋକିମଙ୍କ ସମର୍ଥକ ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର କରିବା ନେଇ ଜୋରଦାର ଦାବି କରିଥିଲେ ।

ଦୁଇ ନେତାଙ୍କ ନିଲମ୍ବନକୁ ବିରୋଧ କରି କର୍ମୀମାନେ ପ୍ରତିବାଦ କରିଥିବାବେଳେ ଚିରଞ୍ଜୀବ-ମୋକିମ ଜିନ୍ଦାବାଦ ଓ ପିସିସି ମୁର୍ଦ୍ଦାବାଦ ସ୍ଲୋଗାନରେ କଂପିଛି କଂଗ୍ରେସ ଭବନ । ଜଗତସିଂହପୁର ଓ କଟକରୁ ବହୁ ସଂଖ୍ୟାରେ ସମର୍ଥକ ଆସି କଂଗ୍ରେସ ଭବନ ବାହାରେ ବିରୋଧ ପ୍ରଦର୍ଶନ କରିଥିବାବେଳେ ଚିରଞ୍ଜୀବ ଓ ମୋକିମଙ୍କ ସମର୍ଥକ କଂଗ୍ରେସ ଭବନକୁ ଧସେଇ ପଶିଥିଲେ । ବହୁ ସମୟ ଧରି ଚିରଞ୍ଜୀବ ଓ ମୋକିମଙ୍କ ସମର୍ଥକ ନାରାବାଜି କରିବା ସହ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ଢ ଆଉ ଏଭଳି ସ୍ଥିତିରେ ଶୃଙ୍ଖଳା କମିଟି ବୈଠକ କଂଗ୍ରେସ ଭବନରେ ନ ହୋଇ ସାଲୁଜାଙ୍କ ଘରେ ବସିଥିବାର ସୂଚନା ମିଳିଛି ।

ଉଲ୍ଲେଖ ଥାଉ କି ଗତକାଲି ସମର୍ଥକମାନେ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ଅନ୍ୟ ରାଜ୍ୟରେ କଂଗ୍ରେସ ବଢୁଥିବା ବେଳେ ଓଡିଶାରେ କଂଗ୍ରେସ ଖସି ଖସି ଚାଲିଛି । ଓଡିଶାରେ କଂଗ୍ରେସକୁ ମଜଭୂତ କରିବାରେ ମୋକିମଙ୍କ ଭୂମିକା ରହିଛି । ଚିରଞ୍ଜୀବ ମଧ୍ୟ ଦୁଇ ଥର ନିର୍ବାଚନ ଜିତି ବିଧାନସଭାରେ ପ୍ରତିନିଧିତ୍ବ କରିଛନ୍ତି । ବିନା କାରଣରେ ପିସିସି ସଭାପତି ଶରତ ପଟ୍ଟନାୟକ ଦୁଇ ନେତାଙ୍କୁ ନିଲମ୍ବନ ପାଇଁ ଏଆଇସିସିକୁ ସୁପାରିଶ କରିଛନ୍ତି ଯାହା ଆମକୁ ମର୍ମାହତ କରିଛି ଢ କଂଗ୍ରେସ ପାଇଁ ବିଜେଡିକୁ ପରାହତ କରିବା ପାଇଁ ସୁଯୋଗ ଥିଲେ ମଧ୍ୟ ଆଜି କଂଗ୍ରେସ ଅସମର୍ଥ । କଂଗ୍ରେସର ଅନେକ କର୍ମୀ ଓ ସମର୍ଥକ ସେ ଦିନ ବୈଠକରେ ଉପସ୍ଥିତ ଥିଲେ । ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ଆହ୍ୱାନ ଦିଆଯାଇଥିଲା ।

ଦଳର ଦୁର୍ବଳ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଥିଲା ହେଲେ ତାହା ଦଳ ବିରୋଧୀ ନୁହେଁ । ଦୁଇ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଆମେ ଦାବି କରୁଛୁ । ନିଲମ୍ବନ ପ୍ରତ୍ୟାହାର ନ କଲେ ଆଗକୁ ଏହା ଦଳ ପାଇଁ ଆତ୍ମଘାତି ହେବ ବୋଲି ସମର୍ଥକମନେ କହିଛନ୍ତି ।

Leave A Reply

Your email address will not be published.