କନ୍ଧମାଳର ୨ଟି ବୁ୍‌ଥ୍‌ରେ ଚାଲିଛି ସାନି ମତଦାନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକ ସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବୁଥ୍‌ ନମ୍ବର ୨୬ ଏବଂ ୨୮ରେ ପୁନଃ ମତଦାନ ଆଜି ସକାଳୁ ଆରମ୍ଭ ହୋଇଛି। ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ। ବ୍ୟାପକ ପୁଲିସ ମଧ୍ୟ ଫୋର୍ସ ମୃତୟନ ହୋଇଛନ୍ତି।

ସୂଚନାଯୋଗ୍ୟ, ପୁନଃ ମତଦାନ ପାଇଁ କନ୍ଧମାଳ ଲୋକ ସଭା ଏବଂ କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ବୁଥ୍‌ ଦ୍ୱୟର ସମସ୍ତ ମତଦାତାଙ୍କୁ ଏନେଇ ଅବଗତ କରାଇବା ଲାଗି ବୌଦ୍ଧ ଓ କନ୍ଧମାଳ ଜିଲାର ନିର୍ବାଚନ ଅଧିକାରୀ ତଥା ଜିଲାପାଳଙ୍କୁୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।ଏହାଛଡ଼ା ଭାରତ ନିର୍ବାଚନ ଆୟୋଗ ଦିଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲାର ଅତିରିକ୍ତ ଜିଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି।୨୦ ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମତଦାନ ହୋଇଥିଲା।

ତେବେ ଏହି ଦୁଇ ବୁଥରେ ମତଦାନକୁ ନେଇ ଅଭିଯୋଗ ହେବାପରେ ନିର୍ବାଚନ କମିଶନ ଅନୁରୂପ ନିଷ୍ପତ୍ତି ନେଇଛନ୍ତି। ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ପୁନଃ ମତଦାନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ଦଳ ଅଭିଯୋଗ କରିଥିଲା ଯେ ମେ ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଏହି ନିର୍ବାଚନ ମଣ୍ଡଳୀର ୨୬ ଓ ୨୯ ନମ୍ବର ବୁଥ୍ କୁ ବିଜେଡି କର୍ମୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡାମାନେ ଦଖଲ କରିଥିଲେ।

Comments are closed.