ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ, ବୁଥ ମୁହାଁ ପୋଲିଂ ଅଫିସର,

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ସୂଚନା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ । ବୁଥ ମୁହାଁ ପୋଲିଂ ଅଫିସର । ୧୨୨୮ ପୋଲିଂ ଅଫିସର ନିୟୋଜିତ । ଆଇଶୃଙ୍ଖଳା ପାଇଁ ୧୦୦୦ ପୋଲିସ ଅଧିକାରୀ ମୁତୟନ । ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ । ବ୍ରଜରାଜନଗରରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ । ୨୭୯ ବୁଥରେ ହେବ ମତଦାନ । ସେଥିମଧ୍ୟରୁ ୨୨ ଟି ନୂଆ ବୁଥ ହୋଇଛି । ୬୦ ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଏହି ବୁଥ ଗୁଡିକରେ ମାଇକ୍ରୋଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ ।

୫୦ ପ୍ରତିଶତ ବୁଥର ଓ୍ବେବକାଷ୍ଟିଂ କରାଯିବ । ଝାରସୁଗୁଡା ଇଂଜିନିୟରିଂ କଲେଜରେ ଷ୍ଟ୍ରଙ୍ଗରୁମ୍ । ୩୦ଟି ମଡେଲ ପୋଲିଂ ବୁଥ କରାଯାଇଛି । ୫ଟି ପିଙ୍କ ବୁଥ ହୋଇଛି, ଯେଉଁଠି କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ । ୩୧୨ ଜଣ ବୟସ୍କ (୮୦ ବର୍ଷରୁ ଅଧିକ) ଓ ଦିବ୍ୟଙ୍ଗ ଭୋଟର ବାଲଟ ପେପରରେ ଭୋଟ ଦେଇ ସାରିଛନ୍ତି । ସେମାନଙ୍କ ଭୋଟ ସଂଗ୍ରହ ହୋଇସାରିଛି । କୋଭିଡ ନଥିଲେ ବି ନିୟମ ମାନିବାକୁ କୁହାଯାଇଛି । ବୁଥରେ ସାନିଟାଇଜର, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

ଆଜି ସନ୍ଧ୍ୟା ୬ଟାରେ କ୍ୟାମ୍ପେନ ସରିବ । ୬ଟା ପୂର୍ବରୁ ବାହାର ଲୋକଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦେଶ । ଏଥିପାଇଁ ସବୁ ହୋଟେଲ, ଲଜ ଚେକିଂ କରାଯିବ । ଧରା ପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହିବ । ୧୨ ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର । ଭୋଟରଙ୍କ ଲାଗି ୧୯୫୦ ଟୋଲ ଫ୍ରି ନମ୍ବର ରହିଛି । ସବୁ ବୁଥରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ବତନ୍ତ୍ର ଗାଡି ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.