ଓଡିଆ ନ୍ୟୁଜ୍(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି। ଆଜି ୧୧ ଜିଲ୍ଲାକୁ ପୋଲିଂ ପାର୍ଟି ଯାଇଥିବା ବେଳେ ଆସନ୍ତାକାଲି ୧୯ ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବେ। ୧୬ ତାରିଖ ଦିନ ସକାଳ ୭ ରୁ ୧ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଭୋଟର ମାନେ କିପରି ଭୋଟ ଦେବେ ସେ ନେଇ ଅବଗତ କରାଇଲେ ରାଜ୍ୟ ନିର୍ବାଚନ କମିଶନ। ଏଥିପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ। ପ୍ରତିଦ୍ବନ୍ଦିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାହା ନାକଚ ହେବ।
୧୦ ଚିହ୍ନ ବିଶିଷ୍ଟ ବାଲାଟ ପେପର ବ୍ୟବହାର ହେଉଛି। ଯେଉଁ ଚିହ୍ନରେ କେହି ପ୍ରାର୍ଥୀ ନ ଥିବେ ଏବଂ ତାହା ଫୋଲଡ଼ ହୋଇଥିବ ସେହି ଚିହ୍ନରେ ଯଦି ମତଦାତା ଭୋଟ ଦେଇଥିବେ ତେବେ ତାହା ନାକଚ ହେବ ନାହିଁ। କାରଣ ସେ ଚିହ୍ନରେ କେହି ପ୍ରାର୍ଥୀ ପ୍ରତଦ୍ବନ୍ଦିତା କରୁନାହାନ୍ତି । ତେଣୁ ତାହା ନାକଚ ହେବ ନାହିଁ ।