ଆଜି ସଂଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ପରିଣତ ହେବ ଅସାନୀ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କଲେ ପାଣିପାଗ ବିଜ୍ଞାନୀ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ ଆଜି ସକାଳ ସାଢେ ୫ଟାରେ ନେଇଛି ବାତ୍ୟାର ରୂପ। ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ ।ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି ବାତ୍ୟା ପ୍ରଭାବରେ ୧୦୫ ରୁ ୧୧୫ କିମି ବେଗରେ ପବନ ବହିବ।
ପୁରୀ ଠାରୁ ୧୧୮୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ରହିଛି
ବିଶାଖାପାଟଣା ଠାରୁ ୧୧୪୦ କିମି ଦକ୍ଷିଣ ପୂର୍ବ ରେ କେନ୍ଦ୍ରିଭୁତ ଅଛି
ପ୍ରଭାବରେ ୧୦ ତାରିଖରୁ ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଏବେ ଉତ୍ତର ପଶ୍ଚିମ ଦିଗରେ ଗତିକରୁଛି ବାତ୍ୟା
୧୦ ତାରିଖରୁ ଦିଗ ପରିବର୍ତ୍ତନ କରିବ ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ ସମାନ୍ତରାଳ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଅତିକ୍ରମ କରିବ ସ୍ଥଳଭାଗରୁ ୨୫୦ କିମି ଦୂରରେ ଅତିକ୍ରମ କରିବ ବାତ୍ୟା ରିକର୍ଭ କରିବା ପରେ ଗତିପଥ ପରିବର୍ତ୍ତନ ହେବ ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ବର୍ଷା ପବନ ଲାଗି ରହିବ ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।