ଓଡିଆ ନ୍ୟୁଜ୍(ବ୍ୟୁରୋ): ବାତ୍ୟା ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି । ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ଥିବା କହିଛନ୍ତି SRC । ଆସନ୍ତାକାଲି ଅପରାହ୍ଣ ପରେ ଅବପାତ ରୂପ ନେଇପାରେ ଲଘୁଚାପ । ବାତ୍ୟା ସମ୍ପର୍କିତ ସମସ୍ତ ସୂଚନା ଆସନ୍ତାକାଲି ସୁଦ୍ଧା ମିଳିବ । ଆଜି ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । NDRF, ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ଅଧିକାରୀଙ୍କ ସହ ବୈଠକ ହୋଇଛି । ୧୭ଟି NDRF ଟିମ, ୨୦ଟି ଓଡ୍ରାଫ ଟିମ ଓ ୧୭୫ଟି ଫାୟାର ସର୍ଭିସ ଟିମ ଦରକାର ହେଲେ ପଠାଯିବ ।
ଆମେ ସଠିକ୍ ଭାବେ ବାତ୍ୟା ସ୍ଥିତିର ମୁକାବିଲା କରିପାରିବୁ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ଶକ୍ତି ବିଭାଗ ଓ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଟେଲିକମ୍ ପ୍ରୋଭାଇଡରଙ୍କୁ ମଧ୍ୟ ସତର୍କ କରାଇଦିଆଯାଇଛି । ଆସନ୍ତାକାଲି ସେମାନଙ୍କ ସହ ଆଲୋଚନା କରାଯିବ । ବାତ୍ୟା ନେଇ ଜନସାଧାରଣ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି SRC । ବଜାରରେ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରହିଛ। ଅଯଥାରେ ଅଧିକ କିଣା କିଣି କରନ୍ତୁ ନାହିଁ ବୋଲି ସେ କହିଛ