ପୋଷ୍ଟାଲ ବାଲାଟ ପେପର ମତଦାନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୋଷ୍ଟାଲ ବାଲାଟ ପେପର ମତଦାନ । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦେବଗଡ଼ ଜିଲ୍ଲାର ଭୋଟ ଗ୍ରହଣ ନିମନ୍ତେ ନିଯୁକ୍ତ ଥିବା ପୋଲିସ , ବିଦ୍ୟୁତ୍ ବିଭାଗର କର୍ମଚାରୀ, ଓଡ଼ିଶା ରାଜ୍ୟ ପରିବହନ ନିଗମର କର୍ମଚାରୀ, ମେଡିକାଲ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ ଓ ବିଏଲୋ ବ୍ୟକ୍ତିଙ୍କ ସକାଶେ ପୋଷ୍ଟାଲ ବାଲାଟ ରେ ମତଦାନ କରାଯାଇଛି ।

କେହି ଯେମିତି ଭୋଟ ଦାନ କରିବା ଅଧିକାରରୁ ବାଦ୍ ପଡିବେ ନାହଁ ସେମାନଙ୍କ ସକାଶେ ଏହି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ପୁରୁଣା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମତଦାନ ଅନୁଷ୍ଠିତ ହୋଇଥିଲା।

ପୂର୍ବରୁ ଫର୍ମ ୧୨ (ଡି) ରେ ଆବେଦନ କରିଥିବା ପୋଲିଂ କାର୍ଯ୍ୟ ରେ ନିୟୋଜିତ ଅଧିକାରୀଙ୍କ ମଧ୍ୟରୁ ୧୨୫ ଜଣ ପୋଲିସ କର୍ମଚାରୀ ଓ ୭୧ ଜଣ ବିଦ୍ୟୁତ୍ ବିଭାଗ, ଓଡ଼ିଶା ରାଜ୍ୟ ପରିବହନ, ମେଡିକାଲ, ବ୍ୟାଙ୍କ କର୍ମଚାରୀ ଓ ବିଏଲୋ ମତଦାନ‌ କରିଥିବା ଜଣାଯାଇଛି ।

Comments are closed.