ଶହେ ଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡା

0

ଓଡ଼ିଆ ନ୍ୟୁଜ୍: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ଇସ୍ତଫା ଦାବିକୁ ନେଇ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା।ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତାହେଲେ ପ୍ରସ୍ତୁତ।ମୁଁ ଶହେ ଥର ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଲେ ପ୍ରଭାତୀ।ମାତ୍ର ମୃତକଙ୍କ ପରିବାରକୁ ନେଇ ରାଜନୀତିକୁ ପସନ୍ଦ କରେ ନାହିଁବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବିରୋଧୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରିଛନ୍ତି। ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତା’ହେଲେ ଶହେ ଥର ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଅନ୍ୟପକ୍ଷେ ମୃତକଙ୍କ ପରିବାରକୁ ନେଇ ରାଜନୀତିକୁ ପସନ୍ଦ କରେ ନାହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

ବଳଙ୍ଗା ପୀଡ଼ିତାଙ୍କ ଶେଷ ଦର୍ଶନ ପରେ ଉପମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ସମୟକ୍ରମେ ସବୁ ସତ ସାମ୍ନାକୁ ଆସିବ। ପୀଡ଼ିତାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ସହଯୋଗ କରିଥିଲେ ହେଲେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ପରିବାର ପ୍ରତି ଯାହା କରିବାର ଅଛି କରାଯିବ।

Leave A Reply

Your email address will not be published.