ବାଦ୍‌ ପଡ଼ିଥିବା ପୁନଃ ଆବେଦନ ଆବଶ୍ୟକ ନାହିଁ: ପ୍ରଭାତୀ ପରିଡା

0

ଓଡ଼ିଆ ନ୍ୟୁଜ୍: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା। ବାଦ୍‌ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ପୁନଃ ଆବେଦନ ଅନାବଶ୍ୟକ। ଆଉ ପୁନର୍ବାର ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ ନାହିଁ। ତଥ୍ୟ ଯାଞ୍ଚ ଚାଲିଛି, ଯୋଗ୍ୟ ହେଲେ ସୁଭଦ୍ରା ଟଙ୍କା ଦେବେ ସରକାର। କାଲି ସୁଦ୍ଧା ୭ ହଜାର ହିତାଧିକାରୀଙ୍କ ମତାମତ ସଂଗ୍ରହ ହୋଇସାରିଛି। ମାସେ ଭିତରେ ୨୨ ହଜାର ହିତାଧିକାରୀଙ୍କ ମତାମତ ଆମର ଟାର୍ଗେଟ ରହିଛି। ଆହୁରି ୧୮ ଦିନ ସମୟ ଅଛି, ଠିକ ସମୟରେ ଟାର୍ଗେଟ ପୂରା ହୋଇଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା କରିପାରିବେ ଆବେଦନ।

Leave A Reply

Your email address will not be published.