ବାଦ ବିଦାଦ ପରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଲେ ପ୍ରକୃତି ମିଶ୍ର ଓ ବାବୁସାନ୍, ପଢନ୍ତୁ କଣ କହିଲେ ଉଭୟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସୋସିଆଲ ମିଡିଆରେ ଆସି ନିଜର ସ୍ପଷ୍ଟୀକରଣ ରଖୁଛନ୍ତି ବାବୁସାନ୍। ବର୍ତ୍ତମାନ ଅଭିନେତା ବାବୁସାନଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଥିରେ ସେ  ସ୍ପଷ୍ଟୀକରଣ ଦେଇଛନ୍ତି। ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାବୁସାନ୍। ଭିଡିଓରେ ଯାହା କଥା କୁହାଯାଉଛି ସେ ମୋର ଭଲ ସାଙ୍ଗ। ନା ସେ ମୋତେ ବ୍ଲାକମେଲ କରୁଛି, ନା ସେ ହଇରାଣ କରୁଛି। ସେ ମୋତେ ଭଲ ସହଯୋଗ କରୁଛି।

ଏହା ପୂର୍ବରୁ ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରତିକ୍ରିୟା ରଖିଥିଲେ ପ୍ରକୃତି ମିଶ୍ର। କେହି କାହା ଘର ଭାଙ୍ଗନ୍ତି ନାହିଁ ବୋଲି କହିଥିଲେ ପ୍ରକୃତି। ସେ କାହାରି ପରିବାରକୁ ଆଘାତ ଦେଇନାହାନ୍ତି । ଗତକାଲି ରାସ୍ତାରେ ତାଙ୍କ ପ୍ରତି ଘଟିଥିବା ଗୁଣ୍ଡାଗର୍ଦ୍ଦି ଠିକ ନୁହଁ । ଏହା ଆଇନ ସଙ୍ଗତ ନୁହଁ ବୋଲି ପ୍ରକୃତି କହିଥିଲେ। ଘରଭଙ୍ଗା ବୋଲି ମୋତେ କହୁଛନ୍ତି । ହେଲେ କେହି କାହାଘର ଭାଙ୍ଗିପାରିବେନି । ଏହା ପୂର୍ବରୁ ଭାଙ୍ଗିଯାଇଛି । ଯଦି ବାବୁସାନଙ୍କ କାମ କରିବା ଭଲ ଲାଗୁନି ତେବେ ବେକରେ ଗୋଟେ ଶିକୁଳି ଦେଇଦିଅ ଘରେ ରଖିଦିଅ । ବାହାରକୁ କାଇଁ ଛାଡୁଛ ବୋଲି ପ୍ରକୃତି ମିଶ୍ର ଭିଡିଓରେ କହିଥିଲେ।

ଗତକାଲିର ଘଟଣା ସମୟରେ ପ୍ରକୃତି ସାହାଯ୍ଯ ମାଗୁଥିବା ବେଳେ ତାଙ୍କୁ କେହି ସାହାଯ୍ଯ କରି ନ ଥିଲେ। ବରଂ ସେଲଫି ଉଠାଇଥିଲେ। ଏହାକୁ ନେଇ ସେ କହିଥିଲେ ଯେ, ମୁଁ ସାହାଯ୍ଯ ମାଗୁଥିଲି କିନ୍ତୁ ଲୋକେ ସେଲଫି ଉଠାଉଥିଲେ। ଅପମାନିତ ହେବା ସତ୍ବେ ମୁଁ ଭାଙ୍ଗିପଡିନି ବୋଲି କହିଛନ୍ତି ପ୍ରକୃତି। ଆମେ କିଭଳି ସମାଜରେ ରହୁଛେ ଭାବିଲା ବେଳକୁ ଆଶ୍ଚର୍ଯ୍ଯ ଲାଗୁଛି।

ଏହା ପୂର୍ବରୁ ମଧ୍ଯ ବାବୁସାନଙ୍କ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଥିଲେ। ବାବୁସାନ ଅବାଟକୁ ଚାଲିଯାଇଛି। କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁସାନର ସର୍ବନାଶ ହୋଇଛି। ବାବୁସାନଙ୍କୁ ଆଶୀର୍ବାଦ କରନ୍ତୁ, ଯେମିତି ସେ ଘରକୁ ଫେରି ଆସିବ ଏବଂ ତା ସ୍ତ୍ରୀ-ଛୁଆ, ମା-ବାପାଙ୍କ ସହ ଭଲରେ ରହିବ ବୋଲି ଗଣମାଧ୍ୟମ ଜରିଆରେ କୋହଭରା କଣ୍ଠରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି।

Leave A Reply

Your email address will not be published.