ପ୍ରଣବ ପ୍ରକାଶ ଦାସଙ୍କ ୫୦ ତମ ଜନ୍ମଦିନ: ବିଶାଳ ରକ୍ତଦାନ ଶିବିର ଆୟୋଜନ କଲା ଉଇ ଫର୍ ଭୁବନେଶ୍ୱର ଏବଂ ଓଡ଼ିଶା ମୋ ପରିବାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ୫୦ ତମ ଜନ୍ମଦିନ ଅବସରରେ ବବି ଭାଇ ଫ୍ୟାନ କ୍ଲବ ପକ୍ଷରୁ ଉଇ ଫର୍ ଭୁବନେଶ୍ୱର ଏବଂ ଓଡ଼ିଶା ମୋ ପରିବାର ମିଳିତ ସହାୟତାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ମୋଟ ୧୩୨ ୟୁନିଟ ରକ୍ତଦାନ କରିଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ପ୍ରତାପ ଦେବ ,ମାନ୍ୟବର ବିଧାୟକ ଧ୍ରୁବ ସାହୁ, ସମୀର ରଞ୍ଜନ ଦାସ, ସୁଶାନ୍ତ ରାଉତ, ସଞ୍ଜୀବ ମଲ୍ଲିକ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ରୁଦ୍ର ପ୍ରତାପ ମହାରଥୀ, ଉମା ସାମନ୍ତରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ମୁନ ଖାଁ, କଟକ ମେୟର ସୁଭାଷ ସିଂ,ଓଟିଡିସି ଚେୟାରମେନ ଲେଲିନ ମହାନ୍ତି, ଖଦୀ ବୋର୍ଡ ଚେୟାରମେନ୍ ସଂଗ୍ରାମ ପାଇକରାୟ, ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ବିଜୁ ଜନତା ଦଳ ଭୁବନେଶ୍ୱର ଲିଗାଲ ସେଲ ସଭାପତି ସିତାଂଶୁ ଦିୱେଦି, ବିଜୁ ଜନତା ଦଳ ରାଜ୍ଯ ଯୁଗ୍ମ ସମ୍ପାଦକ ରଞ୍ଜିତ ମହାପାତ୍ର, ଜାଗା ମିଶନ ଉପଦେଷ୍ଟା ଶାଶ୍ଵତୀ ମିଶ୍ର, ଇପ୍ସିତା ସାହୁ, ମୀରା ପରିଡା, ସମାଜସେବୀ କୈଳାଶ ପାତ୍ର, ଓଡ଼ିଶା ମୋ ପରିବାର ସହ ସଂଯୋଜକ ରୁଦ୍ର ସାମନ୍ତରାୟ ସମେତ ଅନେକ କର୍ପୋରେଟର , ପୂର୍ବତନ କର୍ପୋରେଟର ସହ ଅନେକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେଶ ଜେନା, ଯୁବ ଓ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନା ବିହାରୀ ଦାସ , ଉଇ ଫର୍ ଭୁବନେଶ୍ୱର ସଦସ୍ୟ ତଥା ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର,ନରେନ୍ ସାହୁ, ରାମଚନ୍ଦ୍ର ପ୍ରଧାନ, ରାଜ କିଶୋର ସାହୁ, ରମାନାଥ ସାମନ୍ତରାୟ ସମେତ ଅନ୍ୟ ସଦସ୍ୟ ମାନେ ପ୍ରମୁଖ ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.