ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵଙ୍କ ନିୟମିତ ଜାମିନକୁ ଖାରଜ କଲେ ଓଡିଶା ହାଇକୋର୍ଟ। ଲୋକଙ୍କ ଉପରେ ଗାଡ଼ି ଚଢାଇବା ଘଟଣାରେ ସେ ଆବେଦନ କରିଥିବା ଜାମିନ ହାଇକୋର୍ଟରେ ଖାରଜ ହୋଇଯାଇଛି। ସ୍ୱାସ୍ଥ୍ୟ ଗତ କାରଣ ଦର୍ଶାଇ ଏବେ ଅନ୍ତରୀଣ ଜାମିନରେ ଥିଲେ ପ୍ରଶାନ୍ତ ଜଗଦେଵ। ନିୟମିତ ଜାମିନ ଖାରଜ ପରେ ବିଧାୟକ ପ୍ରଶାନ୍ତଙ୍କୁ ପୁଣି ଜେଲ ଯିବାକୁ ପଡ଼ିବ। ପୂର୍ବରୁ ଏପ୍ରିଲ ୨୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ଶ୍ରୀ ଜଗଦ୍ଦେବଙ୍କୁ ୭ ଦିନ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ। ସର୍ତ୍ତ ପୂରଣ ପରେ ତାଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡିଥିଲେ।
ପରବର୍ତ୍ତୀ ସମୟରେ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ପାଇଁ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ମଧ୍ୟବର୍ତ୍ତିକାଳନୀ ଆବେଦନ କରିଥିଲେ।ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଅବଧି ମେ୪ ତାରିଖରେ ପୁଣି ୭ ଦିନ ପାଇଁ ବୃଦ୍ଧି ପାଇଥିଲା। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବରୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ବେଳେ ଆଜି ନିୟମିତ ଜାମିନକୁ ମଧ୍ୟ ଖାରଜ କରି ଦେଇଛନ୍ତି।
ଇତି ମଧ୍ୟରେ ଅନ୍ତରୀଣ ଜାମିନ ଅବଧି ଶେଷ ହୋଇଥିବାରୁ ଶ୍ରୀ ଜଗଦ୍ଦେବ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ ଓ ଏ ସଂପର୍କିତ ସାର୍ଟିଫିକେଟ ହାଇକୋର୍ଟରେ ଦାଖଲ କରାଯିବ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଯେ ବିଜେପି କର୍ମୀ ଓ ସାଧାରଣ ଜନତାଙ୍କ ଉପରେ ଗାଡି ଚଢାଇ ଦେବା ଅଭିଯୋଗରେ ଶ୍ରୀ ଜଗଦ୍ଦେବଙ୍କୁ ବାଣପୁର ପୁଲିସ ଗିରଫ କରିଥିଲା।