ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ ଶତପଥି

0

ଓଡ଼ିଆ ନ୍ୟୁଜ୍: ଲୁହରେ ଭିଜିଲା ବାଲେଶ୍ୱରର ଇସାଣୀ ଗାଁ । ଶୋକାକୂଳ ପରିବେଶରେ ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ ଶତପଥି। ଗାଁ ମଶାଣୀରେ ସମ୍ପନ୍ନ ହେଲା ଶେଷକୃତ୍ୟ । ବାପା ପ୍ରଶାନ୍ତଙ୍କୁ ମୁଖାଗ୍ନି ଦେଲେ ୮ ବର୍ଷର କୁନି ପୁଅ । ଶୋକାକୁଳ ପରିବେଶ, ଗାଁ ଲୋକ, ସମ୍ପର୍କୀୟଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ପ୍ରଶାନ୍ତଙ୍କ ଶେଷ କୃତ୍ୟରେ ସାମିଲ ହୋଇଛନ୍ତି ।କାନ୍ଦବୋବାଳିରେ ଫାଟିପଡିଲା ସାରା ପରିବେଶ । ସ୍ବାମୀଙ୍କ ଏଭଳି ମୃତ୍ୟୁରେ ପାଗଳପ୍ରାୟ ହୋଇ ଯାଇଛନ୍ତି ପତ୍ନୀ ପ୍ରିୟଦର୍ଶିନୀ, ଘରେ ବି ସ୍ଥିତି ଅସମ୍ଭାଳ । ହସ ଖୁସିରେ ବୁଲିବାକୁ ଯାଇଥିବା ଯାତ୍ରା ଯେ ଶେଷ ଯାତ୍ରା ହୋଇଯିବ ସେ କଥା କିଏ ଜାଣିଥିଲା ।

ପ୍ରଶାନ୍ତଙ୍କ ମୃତ୍ୟୁକୁ ଗ୍ରହଣ କରି ପାରୁ ନାହାଁନ୍ତି ପରିବାର ଲୋକ । ସେପଟେ ମୃତ ପ୍ରଶାନ୍ତଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଶାନ୍ତଙ୍କ ସ୍ତ୍ରୀକୁ ଚାକିରି ସମେତ ପୁଅର ସମସ୍ତ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave A Reply

Your email address will not be published.